ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅକ୍ଟୋବର୧୬ ତାରିଖ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ। ହେଲେ ଏଥର ସେ ଜନ୍ମଦିନ ପାଳିବେ ନାହିଁ ବୋଲି ଜଣାଯାଇଛି। କରୋନା କଟକଣା ପାଇଁ ନିଜର ଜନ୍ମଦିନକୁ ଚଳିତବର୍ଷ ମୁଖ୍ୟମନ୍ତ୍ରୀ ପାଳନ କରିବେ ନାହିଁ ।

ଜନ୍ମଦିନରେ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ପାଇଁ ସବୁବେଳେ ସେ ଋଣୀ ରହିବେ ବୋଲି କହିଛନ୍ତି। ଗତ ଆଠ ମାସ ହେଲା କୋଭିଡ଼ ଯୋଗୁଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି। ଆଗାମୀକାଲି ନବୀନ ନିବାସ ନ ଆସି ବରଂ ରକ୍ତଦାନ ଓ ପ୍ଲାଜମା ଦାନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧିତ ଖବର