ଆସନ୍ତାକାଲି ସୁନ୍ଦରଗଡ଼ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଗସ୍ତ ପୂର୍ବରୁ ସୁନ୍ଦରଗଡ଼ରେ ଡେରା ପକାଇଛନ୍ତି ୧୭ ମନ୍ତ୍ରୀ ଓ ୭୦ରୁ ଅଧିକ ବିଧାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ସୁନ୍ଦରଗଡ଼ । ବର୍ଷକ ତଳେ ଜିଲ୍ଲାକୁ ୧ ହଜାର ୨ଶହ କୋଟି ଟଙ୍କାର ଉପହାର ଦେଇଥିଲେ ନବୀନ ପଟ୍ଟନାୟକ । ଆଉ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼କୁ ଭେଟି ଦେବାକୁ ଆସୁଛନ୍ତି ପାଖପାଖି ୬ ହଜାର ୮ ଶହ କୋଟି  । ଆଦିବାସୀ ବହୁଳ ଏହି ଜିଲ୍ଲାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ଶାସନର ମୁଖ୍ୟ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସଫଳ କରିବା ପାଇଁ ସୁନ୍ଦରଗଡ଼ରେ ଡେରା ପକାଇଛନ୍ତି ୧୭ ମନ୍ତ୍ରୀ ଓ ୭୦ରୁ ଅଧିକ ବିଧାୟକ ।

ସବୁଜ ରଙ୍ଗରେ ସଜେଇ ହେଉଛି ପୁରା ସୁନ୍ଦରଗଡ଼ ଜିଲ୍ଲା । ଚାରିଆଡ଼େ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବଡ଼ ପୋଷ୍ଟର ଓ ବ୍ୟାନର । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ଆଉ ଏଥିପାଇଁ ପୁର ଜିଲ୍ଲା ବିଜେଡି ହୋଇଉଠିଛି ଚଳଚଞ୍ଚଳ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ଲାଗିପଡ଼ିଛନ୍ତି ୧୭ ମନ୍ତ୍ରୀ ଓ ୭୦ରୁ ଅଧିକ ବିଧାୟକ । ମାଳମାଳ ନେତା, ମନ୍ତ୍ରୀ ପାଖପାଖି ୭ ଦିନରୁ ଉର୍ଦ୍ଧ୍ବ ହେବ ସୁନ୍ଦରଗଡ଼ରେ ପହଞ୍ଚି ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟରେ ମନ୍ତ୍ରୀମାନଙ୍କ ଘନଘନ ସମୀକ୍ଷା ବୈଠକ ଚାଲୁଛି । ଗାଁକୁ ଗାଁ ଯାଇ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଜିଲ୍ଲା ଗସ୍ତକୁ ନେଇ ଜୋର ଧରିଛି ରାଜନୀତି । ମାଳମାଳ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଆଣି ଦଳୀୟ ପ୍ରଚାର କରାଯାଉଛି ବୋଲି ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଳାଦିବସ ଭାବେ ପାଳନ କରିବା ସହ ଏହିଦିନ କଳାବ୍ୟାଚ୍ ପରିଧାନ କରିବ ବୋଲି ଦଳ କହିଛି । ଅନ୍ୟପଟେ ଜିଲ୍ଲାକୁ ମନ୍ତ୍ରୀ ବୀହିନ କରି ରଖିଥିବାରୁ ଟାର୍ଗେଟ କରିଛି ଜିଲ୍ଲା ବିଜେପି ।
Image result for naveen patnaik
Kalinga TV
ଠିକ୍ ବର୍ଷେ ପୂର୍ବେ ମୂଖ୍ୟମନ୍ତ୍ରୀ ୨୦୨୦ ମାର୍ଚ୍ଚ ୪ ତାରିଖରେ ସୁନ୍ଦରଗଡ ଗସ୍ତକରି ପାଖପାଖି ୧୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ । ଏବେ ପୁଣି ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସି ୬ ହଜାର ୮୦୦ କୋଟିର ପ୍ୟାକେଜ୍ ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି । ଏଥିରେ ପାନୀୟଜଳ ଯୋଗଣ , ଜମିକୁ ଜଳସେଚନ, ରାସ୍ତା ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ରହିଛି ।
ସମ୍ବନ୍ଧିତ ଖବର