ଆଜି ମୁଖ୍ୟମନ୍ତ୍ରୀ-ମୋଦୀ ଆଲୋଚନା

ନୂଆଦିଲ୍ଲୀ : କୋଭିଡ୍‌-୧୯ ନିୟନ୍ତ୍ରଣ ପାଇଁ ଦେଶରେ ଏବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହେଉଛି। ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ଆସନ୍ତା ୧୭ ତାରିଖରେ ଶେଷ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ପରବର୍ତ୍ତୀ କାର୍ଯ୍ୟପନ୍ଥା କ’ଣ ଗ୍ରହଣ କରାଯିବ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ସୋମବାର) ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ। ସୋମବାର ଅପରାହ୍‌ଣ ୩ଟାରେ ଭିଡିଓକନଫରେନ୍ସିଂ ମାଧ୍ୟମରେ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ। ଲକ୍‌ଡାଉନ୍‌ ରଣନୀତି ପାଇଁ ‌ମୁଖ୍ୟମନ୍ତ୍ରୀମାନଙ୍କ ସହିତ ମୋଦୀଙ୍କର ଏହା ହେବ ପଞ୍ଚମ ଆଲୋଚନା।

ସମ୍ବନ୍ଧିତ ଖବର