ଭୁବନେଶ୍ୱରରୁ ଅଧିକରୁ ଅଧିକ ଆର୍ନ୍ତଜାତୀୟ ବିମାନ ଚଳାଚଳ ପାଇଁ କେନ୍ଦ୍ର ବେସାମରିକ ଓ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : କେନ୍ଦ୍ର ବେସାମରିକ ଓ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଭୁବନେଶ୍ୱରରୁ ଅଧିକରୁ ଅଧିକ ଆର୍ନ୍ତଜାତୀୟ ବିମାନ ଚଳାଚଳ ପାଇଁ ଚିଠି ଲେଖି ଦାବି ଜଣାଇଲେ ନବୀନ । ବର୍ତ୍ତମାନ ଓଡ଼ିଶା ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନସ୍ଥଳୀ ଭାବେ ଲୋକପ୍ରିୟ ହୋଇପାରିଛି । ଯେଉଁଥିରେ ଚିଲିକା, ଭିତରକନିକା, ସାତକୋଶିଆ ଏବଂ ଶିମିଳିପାଳ ଭଳି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମାନ ରହିଛି । ତେଣୁ କେନ୍ଦ୍ରୀୟ ଉଡ଼ାନ ଯୋଜନା ମାଧ୍ୟମରେ ଭୁବନେଶ୍ୱର ବିମାନବନ୍ଦରକୁ ଅଧିକ ଗୁରୁତ୍ୱ ଦେଇ ଆନ୍ତର୍ଜାତୀୟ ବିମାନ ବନ୍ଦର ଚଳାଚଳ ପାଇଁ ଚିଠି ଜରିଆରେ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

www.leeds-live.co.uk

ଏପରିକି ବିଜୁପଟ୍ଟନାୟ ଆର୍ନ୍ତଜାତୀୟ ବିମାନ ବନ୍ଦରକୁ ଗନ୍ତବ୍ୟ ସ୍ଥଳଭାବେ ଗଢ଼ି ତୋଳିବାକୁ ସରକାରଙ୍କ ତରଫରୁ ସମସ୍ତ ସହଯୋଗର ହାତ ବଢ଼ାଯାଇଛି ଠିକ୍ ସେହଭିଳି ଅନ୍ୟ ବିମାନବନ୍ଦର ଏବଂ ବିମାନ ଚଳାଚଳ କ୍ଷେତ୍ରରେ ସମସ୍ତ ସହଯୋଗ ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ଏହାସହ ବିମାନ ଚଳାଚଳ ଦିଗରେ ଆବଶ୍ୟକୀୟ ଭିତ୍ତିଭୁମି (ଭିଜିଏଫ୍ ) ଜରିଆରେ ସହଯୋଗ ମଧ୍ୟ କରିବ ମୋ ସରକାର ବୋଲି ଚିଠି ଜରିଆରେ କହିଛନ୍ତି ନବୀନ ।

ସେପଟେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ଅଧିକ ବିକଶିତ କରିବା ସହ ଜୟପୁର ଓ ରାଉରକେଲା ଠାରେ ଦୁଇଟି ଏୟାର ଷ୍ଟ୍ରିପ୍ ର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । କାରଣ ୨୦୨୩ରେ ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ରହିଥିବାବେଳେ ବିଶ୍ୱକପର କିଛି ମ୍ୟାଚ୍ ରାଉରକେଲାରେ ମଧ୍ୟ ଆୟୋଜନ ହେବ । ତେଣୁ ପର୍ଯ୍ୟଟକ ଓ ଖେଳାଳୀମାନଙ୍କ ଗମନା ଗମନର ସୁବିଧା ପାଇଁ ଜୟପୁର ଓ ରାଉରକେଲାରେ ଏୟାର ଷ୍ଟ୍ରିପ୍ସର ଆବଶ୍ୟକତା ରହିଛି । କେନ୍ଦ୍ର ବେସାମରିକ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଓଡ଼ିଶାକୁ ବୁଲି ଆସିବା ପାଇଁ ନିମନ୍ତ୍ରଣ ଜଣାଇଛନ୍ତି । ତାଙ୍କ ବିଭାଗୀୟ ଅଧିକାରୀଙ୍କ ସହ ବୁଲି ଆସି ବିମାନ ଚଳାଚଳ ଦିଗରେ ଓଡ଼ିଶାର ଭିତ୍ତିଭୁମିକୁ ତର୍ଜମା କରନ୍ତୁ ବୋଲି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧିତ ଖବର