ପୁରୀ: ୧୪୭ ଗାଁକୁ ପାନୀୟ ଜଳଯୋଗାଣ ପାଇଁ ୧୮୩ କୋଟି ଟଙ୍କାର ବୃହତ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳିର ଗୋମୁଣ୍ଡିଆ ଚାରିଛକ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮୩ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ବୃହତ ପାନୀୟ ଜଳ ପ୍ରକଳ୍ପ‘ ବସୁଧା’ର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ଗୟ୍ଜାମ ଓ ପୁରୀ ଜିଲ୍ଲାର ମୋଟ୍‌ ୧୪୭ଟି ଗ୍ରାମକୁ ପାନୀୟ ଜଳଯୋଗାଣ ହୋଇ ପାରିବ।
ପଞ୍ଚାୟତରାଜ ବିଭାଗ ଓ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ମିଳିତ ଆନୁକୂଲ୍ୟରେ ଗଞ୍ଜାମ ଓ ପୁରୀ ଜିଲ୍ଲାରେ ଚିଲିକା କୂଳରେ ଥିବା ୧୪୭ ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ପ୍ରକଳ୍ପର ପରିକଳ୍ପନା କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ର ୯୨ଟି ଗ୍ରାମ ଓ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍‌ର ୫୫ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇପାରିବ। ଏଥିପାଇଁ ୧୮୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛିି। ଗଞ୍ଜାମ ଜିଲ୍ଲା ରୁଷିକୂଲ୍ୟା ନଦୀର କଂସାରୀ ଗଣ୍ଡରୁ ଏଥିପାଇଁ ପାଣିର ବ୍ୟବସ୍ଥା କରାଯିବ। ଏହି ଶିଳାନ୍ୟାସ ଉତ୍ସବରେ ମନ୍ତ୍ରୀ ମହେଶ୍ୱର ମହାନ୍ତି, ସାଂସଦ ପିନାକୀ ମିଶ୍ର, ବିଧାୟକ ସଞ୍ଜୟ ଦାସବର୍ମା ଓ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର