୩୫୦୦ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କଲା ଭଳି ୧୮ଟି ଶିଳ୍ପର ଶୁଭ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩, ୪୬୫ ଜଣ ଲୋକଙ୍କ ନିମନ୍ତେ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଭଳି ୧୮ଟି ଶିଳ୍ପ ନିର୍ମାଣର ଶୁଭ ଦେବା ସହ ଉଦ୍‌ଘାଟନ କରିଛନ୍ତି। ସାମଗ୍ରିକ ଭାବେ ଏହି ଶିଳ୍ପ ୨୧୯୬. ୩୦ କୋଟି ଟଙ୍କା ବିନିଯୋଗ କରିବେ।

ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ଓଡ଼ିଶାର ପରିକଳ୍ପନା ହେଉଛି ପୂର୍ବାଞ୍ଚଳରେ ନିର୍ମାଣର ନାଭିକେନ୍ଦ୍ର ସ୍ଥାପନ କରାଇବା। ଆମ ଲୋକମାନଙ୍କୁ ଅଧିକ କର୍ମ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ନିମନ୍ତେ ସମଗ୍ର ରାଜ୍ୟ ଲାଗି ଅଧିକ ନିର୍ମାଣକାରୀ ବିନିଯୋଗ ଆଣିବାକୁ ଆମେ ଶିଳ୍ପ ବିକାଶର ନିମନ୍ତେ ଭିଜନ୍‌ ୨୦୨୫ ଜରିଆରେ ଏକ ଆକ୍‌ସନ୍‌ ପ୍ଲାନ୍‌ କରିଛୁ। ବିନିଯୋଗର ଉଦ୍ଦେଶ୍ୟ ଯେମିତି ବାସ୍ତବ ନିବେଶରେ ପରିଣତ ହୁଏ, ସେଥିନିମନ୍ତେ ମୋ ସରକାର କାମ କରୁଛି।

ଆଜି ଆମେ ୧୪ ନୂଆ ପ୍ରକଳ୍ପ ନିର୍ମାଣର ଶୁଭ ଦେଇଛୁ ଓ ଅନ୍ୟ ୪ଟି ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ କରିଛୁ। ମୁଁ ଆନନ୍ଦର ସହ ଜଣାଉଛି କି, ଅନ୍‌ଲାଇନ୍‌ ସିଙ୍ଗ୍‌ଲ୍‌ ଉଇଣ୍ଡୋ ପୋର୍ଟାଲ୍‌ରେ ‘ଗୋ-ସୁଇଫ୍‌ଟ୍‌’ ମାତ୍ର ୧୪ ମାସ ମଧ୍ୟରେ ୬୦୦ ଶିଳ୍ପ ପ୍ରକଳ୍ପ ନିମନ୍ତେ ଆବେଦନ କରାଯାଇଛି। ଅର୍ଥାତ୍‌ ପ୍ରତି ଦିନ ରାଜ୍ୟ ଲାଗି ଦୁଇଟି ଲେଖାଏଁ ନୂତନ ପ୍ରସ୍ତାବ ଆସିଛି। ରାଜ୍ୟ ନିମନ୍ତେ ଏଇଟା ଅବିଶ୍ୱସନୀୟ କୃତିତ୍ୱ। ଏହାକୁ ସମ୍ଭବ କରାଇଥିବା ସମ୍ପୃକ୍ତ ବିଭାଗଗୁଡ଼ିକୁ ମୁଁ ଶୁଭେଚ୍ଛା ଜଣାଉଛି।

ସମ୍ବନ୍ଧିତ ଖବର