ଦିଲ୍ଲୀରେ କେନ୍ଦ୍ରୀୟ ପାଣ୍ଠି ମିଳିବା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ‘୫-ଟି’ ସମୀକ୍ଷା କରିଛନ୍ତି। ନବୀନ ବିଭିନ୍ନ କେନ୍ଦ୍ରୀୟ ଅନୁଦିତ ଯୋଜନା (ସିଏସଏସ୍‌) ଏବଂ କେନ୍ଦ୍ରୀୟ ପାଣ୍ଠିର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଓଡ଼ିଶା ଭବନ ଠାରେ ହୋଇଥିବା ବୈଠକରେ ‘୫-ଟି’କୁ ଗୁରୁତ୍ୱ ଦେଇ କେନ୍ଦ୍ରର ବିଭିନ୍ନ ଯୋଜନାରେ ରାଜ୍ୟରେ ଆବଶ୍ୟକୀୟ ହେଉଥିବା ଅନେକ ପ୍ରକଳ୍ପ ପାଇଁ ପାଣ୍ଠିର ପୂରା ହିସାବ କରିଛନ୍ତି।

ନବୀନ ଏହି ବୈଠକରେ କେନ୍ଦ୍ରୀୟ ଅନୁଦିତ ଯୋଜନା ମଧ୍ୟରେ ବକେୟାଥିବା ଅର୍ଥ ୭ ହଜାର ୫ଶହ ୪୪କୋଟି ଟଙ୍କା ମଞ୍ଜୁର କରିବାକୁ କେନ୍ଦ୍ରୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ। ତେବେ ମନରେଗା, ପିଏମଏୱାଇ, ଏନ.ଏସ.ଏପି, ପିଏମଜିଏସୱାଇ ଭଳି ଲୋକାଭିମୁଖୀ ଯୋଜନା ପାଇଁ ପାଖାପାଖି ୬ ହଜାର କୋଟି ଟଙ୍କା ଆବଶ୍ୟକ ରହିଛି ବୋଲି କେନ୍ଦ୍ରର ବିଭିନ୍ନ ଅଧିକାରୀଙ୍କୁ ବୈଠକରେ ଜଣାଇଛନ୍ତି।

ଏହା ସହ ନବୀନ ‘୫-ଟି’ କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ପ୍ରଥମିକତା ଦେଇଛନ୍ତି। ତେଣୁ ଏ ଦିଗରେ ଅଧିକ ଧ୍ୟାନ ଦେବାକୁ ଦିଲ୍ଲୀ ଆବାସିକ କମିସନର, ସ୍ପେଶାଲ କମିସନରଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀରେ ପ୍ରସ୍ତାବିତ ଓଡ଼ିଶା ସଂସ୍କୃତି କେନ୍ଦ୍ର ପାଇଁ ଜାଗା ଆବଣ୍ଟନ କାର୍ଯ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦେଇ ଏଦିଗରେ ଉଚିତ୍‌ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଦିଲ୍ଲୀ ଓଡ଼ିଶା ଭବନରେ ହୋଇଥିବା ଏହି ସମୀକ୍ଷା ବୈଠକରେ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସମେତ ଆବାସିକ କମିସନର ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର