ସମ୍ବଲପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଓ ସୋନପୁର ଜିଲ୍ଲା ଗସ୍ତ କରିବା ଅବସରରେ ସମ୍ବଲପୁର ଠାରେ ଉତ୍ତରାଞ୍ଚଳ ରାଜସ୍ୱ ଡିଭିିଜନର ୧୦ଟି ଜିଲ୍ଲାର ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ବୌଦ୍ଧ ଓ ସୋନପୁର ଜିଲ୍ଲା ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ଚାର୍ଟର ପ୍ଲେନ୍ ଯୋଗେ ଭୁବନେଶ୍ୱରରୁ ବାହାରି ସମ୍ବଲପୁର ଜମାଦାରପାଲ୍ଲୀସ୍ଥିତ ଏୟାରଷ୍ଟ୍ରିପ୍ରେ ଅବତରଣ କରିଥିଲେ। ସେଠାରେ ତାଙ୍କୁ ସମ୍ବଲପୁର ବିଧାୟିିକା ଡ. ରାଶେଶ୍ୱରୀ ପାଣିଗ୍ରାହୀ ସ୍ୱାଗତ କରିଥିଲେ। ଏୟାରଷ୍ଟ୍ରିପ୍ ଡାକବଙ୍ଗଳାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନ ଅନ୍ତର୍ଗତ ୧୦ଟି ଜିଲ୍ଲାର ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ। ଏହି ବୈଠକରେ ବିଧାୟିକା ଡା. ପାଣିଗ୍ରାହୀ, ରେଙ୍ଗାଲିି ବିଧାୟକ ରମେଶ ପଟୁଆ, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡି ଭି ସ୍ୱାମୀ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ସଞ୍ଜିବ ଆରୋରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ପ୍ରବଳ ବର୍ଷାରେ ଘର ଭାଙ୍ଗିଥିବା ଲୋକମାନଙ୍କୁ ରିଲିଫ ସହାୟତା ୭୫ ହଜାର ଟଙ୍କା ପରିବର୍ତ୍ତ ରାଜ୍ୟର ରିଲିଫ କୋର୍ଡର ପରିବର୍ତ୍ତନ କରି ପୀଡ଼ିତମାନଙ୍କୁ ବିଜୁ ପକ୍କା ଘର ଯୋଜନାରେ ଗୋଟିଏ ଲେଖାଏଁ ଘର ଯୋଗାଇ ଦେବାକୁ କହିବା ସହିତ ଅତ୍ୟଧିକ ବର୍ଷାରେ ସମ୍ବଲପୁରର ସ୍ଥିତି ଗୁରୁତର ହେଉଥିବାରୁ ଏହାର ମୁକାବିଲା ପାଇଁ ୧୩୦ କୋଟି ଟଙ୍କାର ଏକ ପ୍ୟାକେଜ ଯୋଗାଇ ଦେବାକୁ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରସ୍ତାବ ଦେଇଥିଲେ। ଏହି ସମୀକ୍ଷା ବୈଠକ ପରେ ଜମାଦାରପାଲି ଏୟାର ଷ୍ଟ୍ରିପ୍ରୁୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକ୍ୟାପ୍ଟର ଯୋଗେ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଅଞ୍ଚଳକୁ ଗସ୍ତ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଓ ସୋନପୁର ଜିଲ୍ଲାର ବୁଢ଼ାରଜା ପୋଲ ନିକଟରେ ସବୁଜ ମହାନଦୀ ଅଭିଯାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।
ଜମାଦାରପାଲି ଏୟାରଷ୍ଟ୍ରିପ୍ରେ ୧୦ ଜିଲ୍ଲାର ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2018/07/Naveen-Patnaik-at-Sambalpur_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)