ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଭୁବନେଶ୍ବରରେ ରୋଡ୍‌ ସୋ’ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’ ସ୍ଥାନୀୟ ୟୁନିଟ-୬ସ୍ଥିତ ଗଙ୍ଗନଗର ଛକଠାରୁ ବାହାରିଛି। ଏହି ସୋ’ ଏଲଆଇସି ଅଫିସ ଛକଠାରୁ ବାମ ପାର୍ଶ୍ଵ ରାସ୍ତା ଦେଇ ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ ହାଉସ ଛକରୁ ଡାହାଣ ପାର୍ଶ୍ଵ ରାସ୍ତା ଦେଇଅ ୟୁନିଟ-୮ ଡିଏଭି ସ୍କୁଲ ଛକ, ଏଚଡିଏଫସି ବ୍ୟାଙ୍କ ଛକଠାରୁ ବାମ ପାର୍ଶ୍ଵ ରାସ୍ତା ଦେଇ ବାଲୁଙ୍କେଶ୍ଵର ମନ୍ଦିର ଛକ, ମମତାଜ ଅଲି ସ୍କୁଲ, ଶ୍ରୀକୃଷ୍ଣ କ୍ଲବ ଠାରୁ ଡାହାଣ ପାର୍ଶ୍ଵ ରାସ୍ତା ଦେଇ ବେହେରା ସାହି ଛକ ଦେଇ ନିକ୍କୋ ପାର୍କ ଛକରେ ପହଞ୍ଚିବ।

Advertisment

ଆପଣମାନେ ଭଲ ଅଛନ୍ତି ତ? ଜୁଲାଇରୁ ବିଦ୍ୟୁତ ମାଗଣାରେ ମିଳିବ। ଆପଣମାନେ ଖୁସି ତ? ଆପଣମାନେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ। ଶଙ୍ଖ ଚିହ୍ନକୁ ଭୋଟ ଦିଅନ୍ତୁ।

-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନିକୋପାର୍କ ଛକଠାରୁ ନବୀନଙ୍କ ରୋଡ ସୋ’ ବାୟାବାବା ମଠ ଠାରୁ ବାମ ପାର୍ଶ୍ଵ ରାସ୍ତା ଦେଇ ରୂପାଲୀ ଛକରେ ପହଞ୍ଚିବ। ଏହା ପରେ ସେଠାରୁ ୟୁଟର୍ଣ୍ଣ ନେଇ ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ଯାଣ୍ଟିନ ଦେଇ ଶିଶୁ ଭବନ ଛକ ରାସ୍ତା ପର୍ଯ୍ୟନ୍ତ ଯିବ। ମୁଖ୍ୟମନ୍ତ୍ରୀଙ୍କୁ ଜନସାଧାରଣ ଅଭିବାଦନ ଜଣାଇଛନ୍ତି। ବିଜେଡି ନେତା ଓ କର୍ମୀଙ୍କ ସମେତ ସମର୍ଥକମାନେ ମଧ୍ୟ ଉତ୍ସାହିତ ଦେଖାଯାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ ଲାଗି ଟ୍ରାଫିକ କଟକଣା ଜାରି କରାଯାଇଛି।  ରୋଡ ସୋ’ ସରିବା ପର୍ଯ୍ୟନ୍ତ ଏହି ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଶୋଭାଯାତ୍ରା ସମୟରେ ସଂପର୍କିତ ରାସ୍ତାରେ କୌଣସି ପ୍ରକାରର ଯାନବାହାନ ଯିବା ଆସିବା କରିପାରିବ ନାହିଁ। ଏହି ସବୁ ରାସ୍ତା ଗୁଡିକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାର ଯାନବାହନ ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ। ଏହି ସବୁ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବାକୁ କମିସନରେଟ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।