ରାଇରଂଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରରେ ନିର୍ବାଚନୀ ପ୍ରଚାର କରିଛନ୍ତି। ବିପୁଳ ଜନସମୁଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ। ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଥିଲେ ଏ ମାଟିର ଝିଅ, ମୋ ଭଉଣୀ ଦ୍ରୌପଦୀ ମୁର୍ମୁ ଆଜି ଭାରତର ମାନ୍ୟବର ରାଷ୍ଟ୍ରପତି ହୋଇପାରିଛନ୍ତି। ବିଜୁ ଜନତା ଦଳ ଏ ମାଟିର ଝିଅଙ୍କୁ ସମ୍ମାନ ଦେଇ ସମର୍ଥନ ଜଣାଇଥିଲା।
ମୁଖ୍ୟମନ୍ତ୍ରୀ କହିଥିଲେ, ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ। ବିଜୁ ଜନତା ଦଳ ସରକାର ବିଜୁଳି ମାଗଣା ଦେବ। ଆପଣମାନେ ଖୁସି ତ ? ଆନନ୍ଦ ଉଲ୍ଲାସ ମଧ୍ୟରେ ‘ହଁ’ ଧ୍ୱନିରେ ପ୍ରକମ୍ପିତ ହେଲା ସଭାସ୍ଥଳ। ବିରୋଧୀମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଆପଣମାନଙ୍କୁ କେମିତି ଲାଗୁଛି ବୋଲି ପ୍ରଶ୍ନ କରିଥିଲେ। ବି.ଏସ୍.କେ.ୱାଇ, ମିସନଶକ୍ତି, ମମତା, ଲକ୍ଷ୍ମୀ ବସ୍, କାଳିଆ, ୫ଟି ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍, ମଧୁବାବୁ ପେନ୍ସନ ଯୋଜନା, ଚାଉଳ କାର୍ଡ, ପୁରୀ ମନ୍ଦିର କାମ ସବୁପ୍ରଶ୍ନରେ ଉଚ୍ଛ୍ୱସିତ ସ୍ୱରରେ ଲୋକେ କହିଥିଲେ ବହୁତ ଭଲ। ନବୀନ ପଟ୍ଟନାୟକ ଭଲ କି ? ପ୍ରଶ୍ନରେ ଭାବବିହ୍ୱଳ ହୋଇ ଉପସ୍ଥିତ ଜନତା ବହୁତ ଭଲ ବୋଲି କହିଥିଲେ।
/sambad/media/post_attachments/wp-content/uploads/2024/05/2f8f6a4a-2dcb-4807-b587-8b354c626991.jpeg)
ଏ ସରକାର ଆପଣମାନଙ୍କ ସରକାର, ଆଦିବାସୀ ଭାଇଭଉଣୀଙ୍କ ସରକାର, ଚାଷୀଭାଇ ଓ ଯୁବପିଢ଼ିର ସରକାର ବୋଲି କାର୍ତ୍ତିକ ପାଣ୍ଡିଆନ କହିଥିଲେ। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥଳୀର ବିକାଶ ପାଇଁ ୧୩ କୋଟି ଟଙ୍କା କିଏ ଦେଇଛନ୍ତି ? ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାଁ’ରେ ମେଡିକାଲ କଲେଜ କିଏ କରିଛନ୍ତି ? ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିନକୁ ଛୁଟି ଭାବରେ କିଏ ଘୋଷଣା କରିଛନ୍ତି ? ତିରିଙ୍ଗରେ ଡିଗ୍ରୀ କଲେଜ କିଏ କରିଛନ୍ତି ? ଦୁର୍ଘଟଣାପ୍ରବଣ ବାଙ୍ଗିରିପୋଷି ଘାଟି ପାଇଁ ନୂଆ ରାସ୍ତା କିଏ କରୁଛନ୍ତି ? ସବୁର ଉତ୍ତର ଉପସ୍ଥିତ ଜନତାଙ୍କ ପାଖରୁ ମିଳିଥିଲା ନବୀନ ପଟ୍ଟନାୟକ।
/sambad/media/post_attachments/wp-content/uploads/2024/05/fd16f6b1-f11c-4b0c-a89f-11442f583630.jpeg)
ପାଣ୍ଡିଆନ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ସବୁଠାରୁ ଭଲଜାଗାରେ ଆଦିବାସୀ ଭାଇଭଉଣୀମାନେ ଅଛନ୍ତି। ସେମାନଙ୍କ କଳା, ସଂସ୍କୃତି, ପୂଜାସ୍ଥଳୀ, ଦେବସ୍ଥଳୀ ଓ ଜାଗିରାର ଉନ୍ନତି ଓ ରକ୍ଷଣାବେକ୍ଷଣ ପାଇଁ ଭାରତବର୍ଷରେ କେହି ଚିନ୍ତା କରିନଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଆଦିବାସୀମାନଙ୍କ ଉପରୁ ୫୦ ହଜାର ପୁଲିସ କେଶ୍ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଏହା କେଉଁଠାରେ ହୋଇନାହିଁ। ଲକ୍ଷ ଲକ୍ଷ ଝିଅଙ୍କ ପାଠପଢ଼ାର ସୁବିଧା ପାଇଁ ହଜାର ହଜାର ହଷ୍ଟେଲ ଖୋଲିଛନ୍ତି। ଶାଳପତ୍ର, ହରିଡ଼ା, ଶାଳମଞ୍ଜି ପରି ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଆଦିବାସୀ ଭାଇଭଉଣୀଙ୍କୁ ମିଳିବା ପାଇଁ ଲାଭଯୋଜନା ଆରମ୍ଭ କରିଛନ୍ତି। ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରୁ ସାରା ଓଡ଼ିଶା ଜାଣିଛି, ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କ ପାଇଁ ବିଜୁଳି ବିଲ୍ ଛାଡ଼, ଏହା ହେଉଛି ନବୀନ ବାବୁଙ୍କ ଗ୍ୟାରେଣ୍ଟି। ଦ୍ୱିତୀୟ ଦସ୍ତଖତ ହେବ ବି,ଏସ୍.କେ.ୱାଇରେ ସମସ୍ତେ ସାମିଲ ହେବେ, ସମସ୍ତଙ୍କୁ କାର୍ଡ ମିଳିବ। ତୃତୀୟରେ ମିଶନଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍ସନ୍ ସୁବିଧା। ବିଜେପି ସୁଯୋଗ ପାଇଲେ ମିସନଶକ୍ତି ବନ୍ଦ କରିଦେବ, ବି.ଏସ୍.କେ.ୱାଇ ବନ୍ଦ କରିଦେବ, ଏସ୍.ଡି.ସି. ବନ୍ଦ କରିଦେବ।
ମୁଖ୍ୟମନ୍ତ୍ରୀ ଆପଣଙ୍କ ଉନ୍ନତି ପାଇଁ ୨୪ ଘଣ୍ଟା କାମ କରୁଛନ୍ତି। ୫ ବର୍ଷରେ ଥରେ ଆପଣମାନଙ୍କ ପାଖକୁ ସୁଯୋଗ ଆସିଛି, ତାଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ। କର୍ମୀମାନଙ୍କୁ ଉତ୍ସାହିତ କରି କହିଲେ ଜିଲ୍ଲା ପରିଷଦ ନିର୍ବାଚନ ଭଳି ଏଥର ମଧ୍ୟ ସମାନ ପରିଶ୍ରମ କରିବେ, ନିର୍ବାଚନରେ ଆଉ କିଏ ଜିତିଲେ ଯୋଉ ସ୍ପିଡରେ କାମ ଚାଲିଛି ବନ୍ଦ ହୋଇଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/c37f0c37-0d8c-4a5c-8657-a136ab220b19.jpeg)