ଆସନ୍ତାକାଲି ଆକାଶମାର୍ଗରୁ ବାତ୍ୟା ଅଂଚଳ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଆକାଶମାର୍ଗରୁ ବାତ୍ୟା ବୁଲ୍‌ବୁଲ୍‌ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅଂଚଳ ବୁଲି ଦେଖିବେ। ମୁଖ୍ୟମନ୍ତ୍ରୀ ଅପରାହ୍ନରେ ବାତ୍ୟା ଅଂଚଳ ଆକାଶମାର୍ଗରେ ବୁଲି ଅନୁଧ୍ୟାନ କରିବା ପରେ ଲୋକସେବା ଭବନରେ ସନ୍ଧ୍ୟାରେ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରିବେ।

ସୂଚନାଯୋଗ୍ୟ ବୁଲବୁଲ ଯୋଗୁଁ ଚଳିତ ମାସ ୮ ଓ ୯ ତାରିଖ ଉପକୂଳ ଓଡ଼ିଶାର ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା ହୋଇଛି। ବର୍ଷା ସହିତ ପବନ ଯୋଗୁଁ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ବ୍ୟାପକ ପରିମାଣରେ ଖରିଫ ଫସଲ ନଷ୍ଟ ହୋଇଛି। ଧାନ ଅମଳ ପୂର୍ବରୁ ବର୍ଷା ଓ ପନରେ କ୍ଷତି ହୋଇଛି। ପବନ ଯୋଗୁଁ ପ୍ରାୟ ୫ ହଜାର ଘର ମଧ୍ୟ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ସେହିପରି ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଛି।

ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁରର ଚାଷୀ ଅଧିକ ପ୍ରଭାବିତ ହୋଇଛନ୍ତି। ଉପକୂଳ ଓଡ଼ିଶାରେ ବର୍ଷା ତୁଳନାରେ  ପବନ ଅଧିକ ହୋଇଥିବାରୁ ଫସଲ ନଷ୍ଟ ହୋଇଛି।

ସମ୍ବନ୍ଧିତ ଖବର