ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଦ୍ଧାଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ଲୋକଙ୍କ ସେବା କରିବା ବେଳେ ଯେଉଁ ସରପଞ୍ଚ, ଆଶା ଓ ଅଙ୍ଗନବାଡ଼ି କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି, ସେମାନଙ୍କୁ ଟେଲିଫୋନ କରିଛନ୍ତି ନବୀନ । ସଂପୃକ୍ତ କରୋନା ଯୋଦ୍ଧାଙ୍କୁ ପ୍ରଂଶସା କରିବା ସହ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ।
ନିଜ ଜୀବନକୁ ପାଣି ଛଡ଼ାଇ ଲୋକଙ୍କ ସେବା କରୁଥିବା ଯୋଦ୍ଧାଙ୍କର ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ସଙ୍କଟ ସମୟରେ ଅସହାୟଙ୍କ ନିକଟରେ ଛିଡ଼ା ହୋଇଥିବା ଲୋକେ ଆଜି କରୋନା ସହ ଜୁଝୁଛନ୍ତି । ଘର ପରିବାର କଥା ଚିନ୍ତା ନକରି ନିଜର ନିସ୍ୱାର୍ଥପର ସେବା ପାଇଁ ସେମାନେ କରୋନାରେ ସଂକ୍ରମିତ ହୋଇଛନ୍ତି । ଏପରି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ ସିଧାସଳଖ କଥା ହେବା ପରେ ସେମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/Naveen-Appreciates-Corona-Fighters_Thumbnail.jpg)