ଅକ୍ଟୋବର ୨ରୁ ‘ମୋ ସରକାର’ କାର୍ଯ୍ୟକ୍ରମ, ଭିଡିଓ କନ୍‌ଫରେନ୍‌ସିଂରେ ସିଡିଏମ୍‌ଓଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨ରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂରେ କଥାବାର୍ତ୍ତା କରିଛନ୍ତି। ନବୀନ ବୁଧବାର ରାଜ୍ୟର ସବୁ ଜିଲ୍ଲାର ସିଡିଏମ୍‌ଓ (ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ)ଙ୍କ ସହ କଥା ହୋଇଛନ୍ତି। ପୂର୍ବରୁ ସେ ଥାନା ଅଧିକାରୀଙ୍କ ସହ କଥା ହୋଇଥିଲେ।

ଭିଡିଓ କନ୍‌ଫରେନ୍‌ସିଂରେ ନବୀନ କହିଛନ୍ତି, ଆମକୁ ଅନେକ ସଫଳତା ମିଳିଛି। ମ୍ୟାଲେରିଆ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଆମକୁ ଉଲ୍ଲେଖଯୋଗ୍ୟ ସଫଳତା ମିଳିପାରିଛି। ଲୋକଙ୍କର ସୁବିଧା ପାଇଁ ଭିତ୍ତିଭୂମି, ବଜେଟ, ମେଡିକାଲ କଲେଜ ପ୍ରତିଷ୍ଠା କରାଯାଉଛି। ସେହିପରି ଲୋକଙ୍କର ମଙ୍ଗଳ ପାଇଁ କାମ କରାଯାଉଛି।

ନବୀନ କହିଛନ୍ତି, କିଛି ସ୍ଥାନରେ ସ୍ୱାସ୍ଥ୍ୟ ସେବାରେ ବାଧା ଉପୁଜୁଛି। କିଛି ଲୋକଙ୍କ ଦ୍ୱାରା ସ୍ୱାସ୍ଥ୍ୟସେବା ପ୍ରଭାବିତ ହେଉଛି। ଏଭଳି ସ୍ଥାନରେ ସେଠାରେ ମୁତୟନ ଥିବା ପୁଲିସ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ‘ମୋ ସରକାର’ ଅଭିଯାନ ଶୁଭାରମ୍ଭ ହେବା ପୂର୍ବରୁ ନବୀନ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର