ଭୁବନେଶ୍ୱର: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗାଁ ଓ ପୌରାଂଚଳରେ କୋଭିଡ ମ୍ୟାନେଜମେଂଟ କମିଟି ପାଇଁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର । ତୃଣମୂଳ ସ୍ତରରୁ କୋଭିଡ଼ ମୁକାବିଲା ନେଇ ଆଲୋଚନା ହୋଇଛି । ରାଜ୍ୟକୁ ସମସ୍ତ ସହାୟତା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ସେହିପରି ଟିକା, ଟେଷ୍ଟିଂ ଓ ଆବଶ୍ୟକ ଔଷଧ ବିଷୟରେ ଆଲୋଚନା ହୋଇଛି । ରାଜ୍ୟରେ ସର୍ବଦଳୀୟ କୋଭିଡ଼ ପରିଚାଳନା କମିଟି ଗଠନ ପାଇଁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର । କରୋନା ପାଇଁ ଆଗାମୀ ୧୫ ଦିନ ଗୁରୁତ୍ୱପୁର୍ଣ୍ଣ । ତେଣୁ ବିଭିନ୍ନ ସ୍ତରରେ କରୋନା ପରିଚାଳନା ପାଇଁ ସ୍ୱେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯାଉ ବୋଲି ସେ କହିଛନ୍ତି । ଟିକାର ଆବଶ୍ୟକତା ବିଷୟରେ ଆଲୋଚନା ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/82d78b9f-cbdf-4ad3-b0d4-76400a2e71a5.jpg)