ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

ଭୁବନେଶ୍ୱର: ଏଥର ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର କୌଣସି ଆସନରୁ ପ୍ରାର୍ଥୀ ହେବାନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ଏନେଇ ନବୀନ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶା ନେତା, ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ମାନେ ମୋତେ ଅନୁରୋଧ କରିଛନ୍ତି ବୋଲି କହିଛନ୍ତି ନବୀନ । ଏନେଇ ସେ ବିଚାର କରୁଛନ୍ତି ବୋଲି କହିଛନ୍ତି ନବୀନ ।

ବିଜେଡି ଜନ୍ମ ନେବା ପରଠାରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ନିର୍ବାଚନ କ୍ଷେତ୍ରରୁ ଲଗାତାର ୪ଥର ଲଢ଼ି ବିଜୟ ତିଳକ ପିନ୍ଧି ଆସୁଛନ୍ତି ନବୀନ । କିନ୍ତୁ ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି କଡ଼ ଲେଉଟାଉଥିବା ଦେଖିବାକୁ ମିଳୁଛି । ବିଶେଷ କରି ପଶ୍ଚିମ ଓଡ଼ିଶାକୁ ଶାସକ ଓ ବିରୋଧୀ ଫୋକସରେ ରଖିଛନ୍ତି । ତେଣୁ ପଶ୍ଚିମ ଓଡ଼ିଶାରେ ବିଜେଡି ବିଜୟ ବାନା ଉଡ଼ାଇବାକୁ ନବୀନଙ୍କ ସମର୍ଥକ ଓ ବିଜେଡି ନେତାମାନେ ମନବଳାଇଛନ୍ତି । ସେଥିପାଇଁ ଖୋଦ୍ ବିଜେଡିର ସଭାପତିଙ୍କୁ ଏଠାରୁ ଲଢ଼ିବାକୁ ନିମନ୍ତ୍ରଣ କରିଛନ୍ତି ପଶ୍ଚିମ ଓଡ଼ିଶାବାସୀ ।

ସମ୍ବନ୍ଧିତ ଖବର