୯ରୁ ନବୀନଙ୍କ ନୂଆଦିଲ୍ଲୀ ଗସ୍ତ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହ ନୀତି ଆୟୋଗ ବୈଠକରେ ଯୋଗଦେବେ

ଭୁବନେଶ୍ୱର: ଦିନକ ପରେ ଅର୍ଥାତ ଜୁନ ୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସପ୍ତାହ ପାଇଁ ଦିଲ୍ଲୀ ଗସ୍ତ କରୁଥିବାର ସୂଚନା ମିଳିଛି। ଗସ୍ତ କାଳରେ ନବୀନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇ ରାଜ୍ୟର ବିକାଶ ମୂଳକ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ନେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ। ଏଥି ସହ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହିତ ନୀତି ଆୟୋଗର ବୈଠକରେ ଯୋଗଦେବେ।

କାର୍ଯ୍ୟକ୍ରମ ଅନୁସାରେ ମୁଖ୍ୟମନ୍ତ୍ରୀ ଜୁନ ୯ ଅପରାହ୍ଣ ୧୨ଟା ୪୫ରେ ନବୀନ ନିବାସ ଛାଡ଼ି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ବାହାରିବେ।

ନବୀନ ଜୁନ ୧୧ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ଜୁନ ୧୫ ଅପରାହ୍ଣରେ ନବୀନ ନୀତି ଆୟୋଗର ବୈଠକରେ ଯୋଗଦେବେ। ବୈଠକ ପରେ ସେ ସନ୍ଧ୍ୟାରେ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର