ମୁଖ୍ୟମନ୍ତ୍ରୀ ନବୀନ ଆସ୍ତନ୍ତାକାଲି ଗସ୍ତ କରିବେ ଭଞ୍ଜନଗର ଓ ବାରଘର

ଭୁବନେଶ୍ୱର/ଭଞ୍ଜନଗର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରିବେ। ନବୀନ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଓ ଭଞ୍ଜନଗର ଯାଇ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଭଞ୍ଜନଗରରେ ମୁଖ୍ୟମନ୍ତ୍ରୀ ନବୀନ ବିଗତ ଦିନରେ ଦେଖାଯାଇଥିବା ଭୟଙ୍କର ବନ୍ୟାରେ ହୋଇଥିବା କ୍ଷୟକ୍ଷତି ଆକଳନ ସଂପର୍କୀତ ସମୀକ୍ଷା କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ନବୀନ ବୁଧବାର ସକାଳ ୧୦ଟା ୨୦ରେ ନବୀନ ନିବାସ ଛାଡି ୧୦ଟା ୨୫ରେ ବିଜୁ ପଟ୍ଟନାୟକ ବିମାନବନ୍ଦର ପହଞ୍ଚିବେ। ବିମାନବନ୍ଦରରୁ ହେଲିକପ୍ଟରରେ ୧୦ଟା ୩୦ରେ ବାହାରି ଗଙ୍ଗାବାଡ ହେଲିପ୍ୟାଡରେ ୧୧ଟା ୪୫ରେ ପହଞ୍ଚିବେ। ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବେ ୧୨ଟା ୩୦ରେ ଗଙ୍ଗାବାଡ ହେଲିପ୍ୟାଡରୁ ଭଞ୍ଜନଗର ଅଭିମୁଖେ ବାହାରିବେ।

ନବୀନ ପଟ୍ଟନାୟକ ଅପରାହ୍ନ ୧ଟା ୧୦ରେ ଭଞ୍ଜନଗରସ୍ଥିତ କବି ସମ୍ରାଟ ଷ୍ଟାଡିୟମ ହେଲିପ୍ୟାଡରେ ଅବତରଣ କରିବେ। ଅପରାହ୍ନ ୧ଟା ୨୦ରେ ବନ୍ୟା ଓ ବାତ୍ୟା ସଂପର୍କୀତ ସମୀକ୍ଷା କରିବେ। ଏହା ପରେ ୨ଟା ୨୫ରେ ଭଞ୍ଜନଗର ଛାଡି ଭୁବନେଶ୍ୱରକୁ ଅପରାହ୍ନରେ ୩ଟାରେ ଫେରିବେ।

ସମ୍ବନ୍ଧିତ ଖବର