ଭୁବନେଶ୍ବର: ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ଦଳର ସଭାପତି ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀ ଓ ଦଳୀୟ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସରେ ଓଡ଼ିଶାର ଜନସାଧାରଣଙ୍କ ସମେତ ଦଳର କର୍ମୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା। ଆପଣଙ୍କ ଅକୁଣ୍ଠ ଭଲପାଇବା, ଆଶୀର୍ବାଦ ଓ ଉତ୍ସର୍ଗୀକୃତ କାର୍ଯ୍ୟ ବଳରେ @bjd_odisha ଲୋକମାନଙ୍କ ଦଳ ସାଜିଛି। ଆସନ୍ତୁ ଏହି ସମ୍ପର୍କକୁ ଅତୁଟ ରଖି ଏକ ଶ୍ରେଷ୍ଠ ଓଡ଼ିଶା ଗଠନ ଦିଗରେ ଆଗକୁ ବଢ଼ିବା।#BJDFoundationDaypic.twitter.com/X0GfT7x8qf
— Naveen Patnaik (@Naveen_Odisha) December 26, 2020
ସେ ଏହି ଅବସରରେ ଶ୍ରେଷ୍ଠ ଓଡ଼ିଶା ଗଠନ କରିବା ଲାଗି ଆହ୍ବାନ ଦେଇଛନ୍ତି। ଭଲ ପାଇବା, ଆଶୀର୍ବାଦ ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ବିଜେଡି ଲୋକଙ୍କ ଦଳ ସାଜିଛି ବୋଲି ନବୀନ କହିଛନ୍ତି। ଏହି ସଂପର୍କ ଅତୁଟ ରଖିବା ଲାଗି ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ସେ ଟୁଇଟ୍ କରି ଏକଥା କହିଛନ୍ତି।
କୋଭିଡ କଟକଣା ଭିତରେ ବିଜେଡି ତାର ପ୍ରତିଷ୍ଠା ଦିବସ ପାଳନ କରୁଛି। ଦଳ ପକ୍ଷରୁ ସକାଳେ ଭୁବନେଶ୍ୱର ଫରେଷ୍ଟ ପାର୍କସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି।