ଭୁବନେଶ୍ୱର: ଟୋକିଓ ଅଲମ୍ପିକ୍ସ-୨୦୨୦ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ଦୀପଗ୍ରେସ ଏକ୍କା ଓ ବିରେନ୍ଦ୍ର ଲାକ୍ରାଙ୍କୁ ବଡ ଦାୟିତ୍ୱ ଦିଆଯାଇଛି । ଉଭୟ ଖେଳାଳି ମହିଳା ଓ ପୁରୁଷ ଦଳ ପକ୍ଷରୁ ଉପ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
/sambad/media/post_attachments/wp-content/uploads/2021/06/Birendra-and-Deep.jpg)
Congratulate #Odisha hockey players, Birendra Lakra & Deep Grace Ekka on being appointed as Vice Captains of Indian Men's & Women's Hockey Teams respectively for #Tokyo2020. May both our teams bring laurels for the country. #OdishaForHockey
— Naveen Patnaik (@Naveen_Odisha) June 22, 2021
ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷଣା ହୋଇଥିବା ହକି ଭାରତୀୟ ଦଳ ପାଇଁ ପୁରୁଷ ଟିମରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି । ସେପଟେ ମହିଳା ଦଳରେ ଦୀପଗ୍ରେସ ଏକ୍କା ସ୍ଥାନ ପାଇଛନ୍ତି । ତେବେ ଏହି ୩ ଖେଳାଳି ଏବେ ଟୋକିଓରେ ନିଜ କମାଲ ଦେଖାଇବେ ।
ଟୋକିଓ ଅଲିମ୍ପିକ୍ସ ଆସନ୍ତା ଜୁଲାଇ ୨୪ରୁ ଅଗଷ୍ଟ ୬ ତାରିଖ ଯାଏଁ ଜାରି ରହିବ । ୨୦୧୬ରେ ଅନୁଷ୍ଠିତ ରିଓ ଅଲିମ୍ପିକ୍ସରେ ରାଜ୍ୟରୁ ୪ ଜଣ ଓଡ଼ିଆ ଝିଅ ଭାରତୀୟ ମହିଳା ଟିମରେ ସାମିଲ ହୋଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/CM-to-Hockey-Player_Thumbnail.jpg)