ବିଜେଡି ଲୋକସଭା-ରାଜ୍ୟସଭା ସାଂସଦଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ସପ୍ତଦଶ ଲୋକସଭା ତଥା ରାଜ୍ୟସଭାର ସଦସ୍ୟ ଭାବରେ ଓଡ଼ିଶାରୁ ନିର୍ବାଚିତ ହୋଇ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ସାଂସଦ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ପୂରଣ ତଥା ଓଡ଼ିଶାର ସ୍ୱାର୍ଥ ଏବଂ ସ୍ୱାଭିମାନ ପାଇଁ ଆମର ନିରନ୍ତର ଉଦ୍ୟମକୁ ଅକୁଣ୍ଠ ସମର୍ଥନ ଜଣାଇ ରାଜ୍ୟବାସୀ ଆମକୁ କ୍ରମାଗତ ପଞ୍ଚମ ଥର ସେବା କରିବାର ସୁଯୋଗ ଦେବା ସହିତ ଲୋକସଭାରେ ମଧ୍ୟ ବିଜୁ ଜନତା ଦଳକୁ ସର୍ବାଧିକ ଆସନରେ ବିଜୟୀ କରାଇଛନ୍ତି। ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ଏବେ ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ସର୍ବାଧିକ ବୋଲି ନବୀନ କହିଛନ୍ତି।

ନବୀନ କହିଛନ୍ତି, ନିର୍ବାଚନ ପରେ ମୁଁ ଉଭୟ ଲୋକସଭା ଏବଂ ରାଜ୍ୟସଭା ସାଂସଦମାନଙ୍କ ସହିତ ମତ ବିନିମୟ କରିଥିଲି। ରାଜ୍ୟବାସୀଙ୍କ ବିଭିନ୍ନ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକୁ ସଂସଦରେ ଉତ୍‌ଥାପନ କରିବା ପାଇଁ ଆପଣଙ୍କର ଆଗ୍ରହ ଓ ପ୍ରତିବଦ୍ଧତା ମୋତେ ଆନନ୍ଦିତ କରିଛି।

ସମ୍ବନ୍ଧିତ ଖବର