ନୀରଜ ଚୋପ୍ରାଙ୍କ ପାଇଁ ଦେଶ ଗର୍ବ ଅନୁଭବ କରୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ଆଜି ସ୍ୱର୍ଣ୍ଣପଦକ ହାସଲ କରିଥିବା ନୀରଜ ଚୋପ୍ରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।  ଜାଭେଲିନ୍‌ ଥ୍ରୋରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିବା ପରେ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ନୀରଜଙ୍କ ବିଜୟ ଐତିହାସିକ। ନୀରଜଙ୍କ ପାଇଁ ଦେଶ ଗର୍ବ ଅନୁଭବ କରୁଛି। ତାଙ୍କର ସଫଳତା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ନବୀନ କହିଛନ୍ତି।

 

ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ରାଷ୍ଟ୍ରପତି କହିଛନ୍ତି, ନୀରଜଙ୍କ ସ୍ୱର୍ଣ୍ଣ ପଦକ ବିଜୟ ଇତିହାସ ସୃଷ୍ଟି କରିଛି। ତାଙ୍କ ସଫଳତା ଯୁବପିଢିଙ୍କୁ ଅନୁପ୍ରାଣିତ କରିବ। ସାରା ଭାରତ ହୃଦୟର ସହ ନୀରଜଙ୍କୁ ଶୁଭକାମନା ଜଣାଉଛି। ସେହିଭଳି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପ୍ରଶଂସା କରି କହିଛନ୍ତି, ଟୋକିଓରେ ଇତିହାସ ରଚିଲେ ନୀରଜ ଚୋପ୍ରା। ନୀରଜଙ୍କ ପ୍ରଦର୍ଶନ ସବୁଦିନ ପାଇଁ ମନେ ରହିବ। ଯୁବ ନୀରଜ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି। ଦୃଢ ବିଶ୍ୱାସ ଓ ଉଲ୍ଲେଖନୀୟ ମନୋବଳ ସହ ସେ ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର