ଭୁବନେଶ୍ୱର: ହରିଦାସପୁର ଓ ପାରାଦୀପ ମଧ୍ୟରେ ରେଳ ଚଳାଚଳ ଦାବି କରି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ୮୨ କିଲୋମିଟର ବିଶିଷ୍ଟ ଏହି ରେଳପଥ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ରେଳ ମାନଚିତ୍ରରେ ସ୍ଥାନ ପାଇଛି।
/sambad/media/post_attachments/wp-content/uploads/2020/07/today.jpg)
ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏହି ରେଳଲାଇନ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଇଛନ୍ତି। ରାଜ୍ୟବାସୀଙ୍କ ଆଶା ଯେ ଏହି ରୁଟରେ ଟ୍ରେନ ଚାଲୁ। ଆସନ୍ତା ଅଗଷ୍ଟରୁ ହିଁ ଏହି ଲାଇନରେ ଟ୍ରେନ ଚଳାଇବାକୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/naveen-5.jpg)