ଭୁବନେଶ୍ବର: ଆଜି ଏମଜିଏନଆରଇଜିଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି । ତେବେ ଏହି ଚିଠିରେ ନବୀନ କେନ୍ଦ୍ର ସରକାରଙ୍କ ଉପରେ ବକେୟା ଥିବା ୧୦୮୮.୭୨ କୋଟି ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି । ଖାଲି ସେତିକି ନୁହେଁ ୨୦୨୧-୨୨ ଆର୍ଥିକ ବର୍ଷରେ ୨୫ କୋଟି କାର୍ଯ୍ୟଦିବସ ଦେବାକୁ ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରାମ ଉନ୍ନୟନ ମନ୍ତ୍ରାଳୟ ସଠିକ୍ ସମୟରେ ଅର୍ଥ ମଞ୍ଜୁର କରୁ । ଏହାଫଳରେ ଶ୍ରମିକଙ୍କୁ ଠିକ୍ ସମୟରେ ପାରଶ୍ରମିକ ଦିଆଯାଇପାରିବ । ଗ୍ରାମାଞ୍ଚଳରେ ଅର୍ଥନୀତିକୁ ସୁଧାରିବାକୁ କେନ୍ଦ୍ରର ଉଦ୍ୟମ ପ୍ରଶଂସାଯୋଗ୍ୟ । କରୋନା ସମୟରେ ଏନଜିଏନଆରଇଜିଏର ଚାହିଦା ବଢୁଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।
ପ୍ରଧନମନ୍ତ୍ରୀ @narendramodiଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ @Naveen_Odisha।
କରୋନା ପାଇଁ ବହୁ ଶ୍ରମିକ ଘରେ ବସିଛନ୍ତି।
ଏବେ ମନରେଗା ଯୋଜନାରେ ରାଜ୍ୟକୁ ଦିଆଯାଉଥିବା ପ୍ରାପ୍ୟ ୧୦୮୮.୭୨ କୋଟି ଟଙ୍କା ବାକି ପଡ଼ିଛି।
କୋଭିଡ ସମୟରେ ବହୁତ ଶ୍ରମିକ ରାଜ୍ୟକୁ ଫେରିଛନ୍ତି, ମନରେଗା ଅନ୍ତର୍ଗତ ଶ୍ରମିକ ସଂଖ୍ୟା ବଢ଼ିଯାଇଛି। #Sambad pic.twitter.com/5Pvhf3t6hy— Sambad (ସମ୍ବାଦ) (@sambad_odisha) November 1, 2021