ସ୍ୱର୍ଗଦ୍ୱାରରେ ବିଜୁଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେଲେ ନବୀନ ପଟ୍ଟନାୟକ

ପୁରୀ: ଆଜି ପୁରୀ ଠାରେ ବିଜେଡିର ୨୦ତମ ପ୍ରତିଷ୍ଠା ଦିବସ ଓ ପୁରୀ ସର୍କିଟ ହାଉସ୍‌ରେ କ୍ୟାାବିନେଟ୍‌ ବୈଠକ ଯୋଗ ଦେବା ପାଇଁ ପୁରୀ ଯାଇଥିବା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦର୍ଶନ କରିବା ପରେ ସିଂହଦ୍ୱାର ଠାରେ ପହଁଞ୍ଚିଛନ୍ତି। ପୁରୀ ସ୍ୱର୍ଗଦ୍ୱାର ଠାରେ ଶ୍ରୀ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ସମାଧିରେ ମାଲ୍ୟାର୍ପଣ କରିଛନ୍ତିି।
ଦିନ ୧୧ଟାରେ ହେବାକୁ ଥିବା କ୍ୟାବିନେଟ୍‌ ବୈଠକ ଓ ପରେ ପରେ ବିଜେଡିର ପ୍ରତିଷ୍ଠା ଦିବରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏଥିପାଇଁ ଶ୍ରୀ ପଟ୍ଟନାୟକ ଆଜି ସକାଳେ ପୁରୀରେ ପହଞ୍ଚିଛନ୍ତି। ପୁରୀରେ ପହଞ୍ଚିବା ପରେ ଶ୍ରୀ ପଟ୍ଟନାୟକ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉମାନଙ୍କ ଦର୍ଶନ କରିଛନ୍ତି। ସେଠାରୁ ସେ ସ୍ୱର୍ଗଦ୍ୱାର ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରି କ୍ୟାବିନେଟ୍‌ ବୈଠକରେ ଯୋଗ ଦେବା ପାଇଁ ସର୍କିଟ ହାଉସ ଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର