ଆଜିଠାରୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ନକ୍ସଲ ମୁକାବିଲା ଲାଗି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ବାରା ଡକାଯାଇଥିବା ବୈଠକରେ ଯୋଗଦେବାକୁ ସେ ଦିଲ୍ଲୀ ଯାଇଛନ୍ତି । ଏହି ବୈଠକ ସେପ୍ଟେମ୍ବର ୨୬ ଅର୍ଥାତ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ । ଏହି ବୈଠକ ପାଇଁ ଦେଶର ସବୁ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଉଥିବାରୁ ପିପିଲି ନିର୍ବାଚନ ପ୍ରଚାରରେ ଯୋଗ ଦେବାର ସମ୍ଭାବନା କମ ବୋଲି କୁହାଯାଉଛି । ପିପିଲିରେ ଆସନ୍ତା ୩୦ ତାରିଖରେ ଭୋଟ ଗ୍ରହଣ ହେବ ଓ ଅକ୍ଟୋବର ୩ରେ ଭୋଟ ଗଣତି ହେବ । ଏଥିପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ କରୁଥିବା ନିର୍ବାଚନ ପ୍ରଚାର ଜାରି ରହିଛି ।

ସମ୍ବନ୍ଧିତ ଖବର