ଭଦ୍ରକ ନାବାଳକକୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର/ଭଦ୍ରକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମଧପୁର ଗ୍ରାମର ଚିନ୍ତାମଣି ବାରିକ ଓ ମାଆ ଝରଣା ବାରିକଙ୍କର ଏକ ମାତ୍ର ପୁତ୍ର ବାବୁଲି ବାରିକ ଗତ ଦୁଇ ବର୍ଷ ହେବ ଶ୍ନାୟୁଗତ ରୋଗରେ ପୀଡିତ ହୋଇ ନିଜର ଘରେ ପଡି ରହିଛନ୍ତି। ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ  ବାବୁଲିର ଚିକିତ୍ସା କରାଯାଇ ପାରୁ ନଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ବାବୁଲିର ଏହି ଅସହାୟ ଅବସ୍ଥାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଳ କରିଥିଲେ। ସାମାଜିକ ଗଣମାଧ୍ୟମରେ ବାବୁକୁର ଏଭଳି ଅବସ୍ଥା ପାମ୍ପର୍ଯାରେ ଜାଣିବା ପରେ ଅସୁସ୍ଥ ବସ୍ବୁଲିଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାକୁ  ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର୍ ଏହି ନିର୍ଦ୍ଦେଶ ପାଇବା ପରେ ଆଜି ମଧାପୁର ଗ୍ରାମକୁ ଏକ ଡ଼ାକ୍ତର ଟିମ୍ ପଠାଇ ବାବୁକିର ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ବାବୁଲିଙ୍କୁ ତୁରନ୍ତ ଏସ ସି ବି ମେଡ଼ିକାଲକୁ ନିଆଯାଇଥିବା ପାଇଁ ପରିବାରକୁ ପରାମର୍ଶ ଦିଆଯାଇଥିବା ବେଳେ ତାଙ୍କ ମାଆ ଝରଣା ବାରିକ ଆଉ ଦୁଇଦିନ ପାରେ ତାଙ୍କୁ କଟକ ଏସ ସି ବି ମେଡ଼ିକାଲକୁ ନେବାପାଇଁ କହିଛନ୍ତି। ପରିବାରର ସମ୍ମତି ପରେ ବାବୁଲିଙ୍କୁ କଟକ ସ୍ଥାନାନ୍ତର କରାଯିବା ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି ତାଙ୍କ ପରିବାରର ସଦସ୍ୟଙ୍କ ଆକାଉଣ୍ଟ ନମ୍ବର ଦେଲେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ବନ୍ଦର ପ୍ରକାଶ କରିଛନ୍ତି।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ରେ ମାଧପୁର ଗ୍ରାମର ୧୪ ବର୍ଷର ବାଳକ ବାବୁଲି ବାରିକ ସ୍ନାୟୁଗତ ଜଟିଳ ରୋଗରେ ପୀଡ଼ିତ ଅଛନ୍ତି। ଜନ୍ମରୁ ବାବୁଲି ଠିକ ଥିଲା। ସେ ନବମ ଶ୍ରେଣୀରେ ମାଧପୁର ସ୍କୁଲ୍‌ରେ ପାଠ ପଢୁଥିଲେ। ହଠାତ ଦୁଇ ବର୍ଷ ତଳେ ତାଙ୍କର ସ୍ନାୟୁ ଗତ ରୋଗ ବାହାରିବାରୁ ତାଙ୍କର ଗୋଡ଼ ହାତ ସଂପୂଣ୍ଣ ଅଚଳ ହିଗଲା। ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଭଲ ନହେବାରୁ ତାଙ୍କୁ କଟକର ଏସସିବି ମେଡ଼ିକାଲକୁ ନେଇଥିଲେ। ଚିକିତ୍ସା ପରେ ସେ ଘରେ ରହିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ବାବୁଲି ଅଧିକ ଅସୁସ୍ଥ ହୋଇପଡ଼ିଲା। ବାପା ଚିନ୍ତାମଣି ଜଣେ ଦିନ ମଜୁରୀଆ ଓ ମହିଷି ଚରାଲି ହୋଇଥିବାରୁ ଅଧିକ ଅର୍ଥ ଯୋଗାଡ଼ କରି ପାରିଲେ ନାହିଁ। ଫଳରେ ବାବୁଲି ର ଚିକିତ୍ସା ସେ କରିପାରିନଥିଲେ। ଗରିବ ପରିବାରର ବାବୁଲି ଅର୍ଥାଭାବରୁ ଚିକିତ୍ସିତ ହୋଇପାରୁ ନଥିଲେ। ଏ ବିଷୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସାମାଜିକ ଗଣମାଧ୍ୟମ ଏବଂ ଅନ୍ୟ ଗଣମାଧ୍ୟମରୁ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନକୁ ବାବୁଲିଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ତାଙ୍କ ପରିବାରକୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଡାକ୍ତରୀ ଦଳ ବାବୁଲିଙ୍କ ଗ୍ରାମରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କ କଟକ ଏସ୍‌ସିବି ମେଡିକାଲକୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରଶାସନ ବାବୁଲିଙ୍କ ପରିବାରକୁ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବାକୁ ଯୋଗାଯୋଗରେ ଅଛନ୍ତି।
ସମ୍ବନ୍ଧିତ ଖବର