କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ବିଚାର ବିଭାଗୀୟ ତଦନ୍ତ ନିଦେର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୁନ୍ଦୁଲୀ ଗଣଦୁଷ୍କର୍ମ ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି।

୧୯୫୨ ମସିହା କମିସନର୍‌ ଅଫ୍‌ ଇନ୍‌କ୍ୱାରି ଆକ୍ଟ୍‌ ଅନୁଯାୟୀ ହେବାକୁ ଥିବା ଏହି ମାମଲାର ତଦନ୍ତ କରିବେ ଜଣେ ଜିଲ୍ଲା ଜଜ୍‌। ବିଚାର ବିଭାଗୀୟ ତଦନ୍ତ ସହ କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ ମଧ୍ୟ ଚାଲୁ ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ମିଳିଥିବା ଡାକ୍ତରୀ ରିପୋର୍ଟରେ ଦୁଷ୍କର୍ମର ସୂଚନା ନ ଥିବା କଥା ଗତକାଲି ପୁଲିସ କହିବାରୁ ଲୋକମାନଙ୍କ ମଧ୍ୟରେ  ଅସନ୍ତୋଷ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର