ଭୁବନେଶ୍ୱର : ଆଜି ରାଜ୍ୟରେ ରେକର୍ଡ ୫୬୫ ଜଣ ସୁସ୍ଥ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ପ୍ରକଟ କରିବା ସହ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାମାନଙ୍କୁ ପ୍ରସଂଶା କରିଛନ୍ତି ।
ଏକ ଟ୍ଵିଟ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଆଜି ରେକର୍ଡ ୫୬୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଆଜିକୁ ମିଶାଇ ଗତ ତିନିଦିନ ହେଲା ସୁସ୍ଥ ସଂଖ୍ୟା ଉଚ୍ଚସ୍ତରରେ ରହିଛି । ଏଥିପାଇଁ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାମାନଙ୍କ ନିଷ୍ଠାପର ଉଦ୍ୟମକୁ ସେ ପ୍ରସଂଶା କରିଛନ୍ତି ।
#Odisha has recorded its highest - 565 recoveries- in a single day. Appreciation for the dedication and commitment of health professionals and #CovidWarriors whose relentless work ensured record number of recoveries in last three days. #OdishaFightsBackhttps://t.co/KfUXt3iL4Yhttps://t.co/3WuOloWSey
— CMO Odisha (@CMO_Odisha) July 10, 2020
ଆଜି ରାଜ୍ୟରେ ୨୪ଟି ଜିଲ୍ଲାରୁ ସର୍ବାଧିକ ୫୬୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ୭୯୭୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡ଼ିଛି । ଆଜି ଏ ନେଇ ଟୁଇଟ୍ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ ।
ସୁସ୍ଥ ହୋଇଥିବା ୫୬୫ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୧୮୫ଜଣ, ରାୟଗଡ଼ାରୁ ୮୫ଜଣ, ବଲାଙ୍ଗୀରରୁ ୪୫ଜଣ, କଟକରୁ ୩୨ଜଣ, ମାଲକାନଗିରିରୁ ୩୦ଜଣ, ବରଗଡ଼ରୁ ୨୪ଜଣ, ସୁନ୍ଦରଗଡ଼ରୁ ୨୪ଜଣ, ଅନୁଗୁଳରୁ ୨୩ଜଣ, ବାଲେଶ୍ବରରୁ ୧୭ଜଣ, ଜଗତସିଂହପୁରରୁ ୧୭ଜଣ, ଖୋର୍ଦ୍ଧାରୁ ୧୫ଜଣ, ଯାଜପୁରରୁ ୧୩ଜଣ, କେନ୍ଦ୍ରାପଡ଼ାରୁ ୧୦ଜଣ, ଗଜପତି, ଝାରସୁଗୁଡ଼ା ଏବଂ ନବରଙ୍ଗପୁରରୁ ୮ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ମୟୁରଭଞ୍ଜରୁ ୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିଭଳି ଭଦ୍ରକୁ ୪ଜଣ, ପୁରୀରୁ ୩ଜଣ, ଢ଼େଙ୍କାନାଳ ଏବଂ କେନ୍ଦୁଝରରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବୌଦ୍ଧ, କନ୍ଧମାଳ ଏବଂ ସମ୍ବଲପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।