କନ୍ଧମାଳ ହଳଦୀକୁ ପ୍ରଶଂସା କରିବା ସହ ବିଜୁ ସ୍ମାର୍ଟ ହେଲଥ କାର୍ଡ଼ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ: କନ୍ଧମାଳବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ଼ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ଫଳରେ ବିଜୁ ସ୍ମାର୍ଟ ହେଲଥ କାର୍ଡ଼ ଯୋଜନାରେ ଯୋଡ଼ି ହୋଇଛି କନ୍ଧମାଳ । କନ୍ଧମାଳରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନ କରିଛନ୍ତି । ଜିଲ୍ଲାର ପ୍ରାୟ ୬ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । କନ୍ଧମାଳର ହଳଦୀ ସାରା ବିଶ୍ୱରେ ବ୍ରାଣ୍ଡ ହୋଇପାରିଛି । ଇକୋ ଟୁରିଜିମ୍ ପାଇଁ କନ୍ଧମାଳ ଆକର୍ଷଣର କେନ୍ଦ୍ର ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ଭିତ୍ତିଭୂମି ବିକାଶ ଉପରେ ସରକାର ସ୍ୱତନ୍ତ୍ର ଫୋକସ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଜୁ ସ୍ମାର୍ଟ କାର୍ଡ ବ୍ୟତୀତ ଆଜି ମୁଖ୍ୟମନ୍ତ୍ରୀ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତିର ୧୮୯ଟି ପ୍ରକଳ୍ପ(୧୧ କୋଟି ୫୦ ଲକ୍ଷ ଟଙ୍କା), ରାସ୍ତା, କୋଠାବାଡି ଓ ସେତୁ ପାଇଁ ୩୪ଟି ପ୍ରକଳ୍ପ(୧୩୯ କୋଟି ଟଙ୍କା), ସ୍ୱାସ୍ଥ୍ୟ ସେବା ଓ ବିଦ୍ୟୁତ ଭିତ୍ତିଭୂମି ବିକାଶ ପାଇଁ ୪୪ କୋଟି ୮୧ ଲକ୍ଷ ଟଙ୍କାର ୨ଟି ପ୍ରକଳ୍ପ, ୪୮ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି ଜଳସେଚନ ପ୍ରକଳ୍ପ ଉଦଘାଟନ କରିଛନ୍ତି |

ସମ୍ବନ୍ଧିତ ଖବର