ଭାରତ ସରକାରଙ୍କ ମଞ୍ଜୁରୀ ଲାଗି ଅଟକି ଥିବା ବିଭିନ୍ନ ପ୍ରସଙ୍ଗର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ସରକାରଙ୍କ ମଞ୍ଜୁରୀ ଲାଗି ଅଟକି ଥିବା ବିଭିନ୍ନ ପ୍ରସଙ୍ଗର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସମୀକ୍ଷା କରିଛନ୍ତି। ଦୁଇ ଦିନିଆ ଗସ୍ତରେ ନବୀନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପୁରୁଣା ପ୍ରସଙ୍ଗକୁ ନେଇ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଜାତୀୟ ରାଜଧାନୀ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଆୟୋଜିତ ସମୀକ୍ଷା ବୈଠକରେ ନବୀନ ୨୦୧୯ ଜାନୁଆରିରେ ହୋଇଥିବା ସମୀକ୍ଷା ବୈଠକରେ ଆଲୋଚନାକୁ ନେଇ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଶେଷ ଭାବରେ ରେଳବାଇ, ଟେଲିକମ ଏବଂ ବ୍ୟାଙ୍କିଙ୍ଗ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର