ଜାନୁଆରି ପହିଲାରୁ ରାଜ୍ୟରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ଲାଗୁ ହେବ ଇ-ମଷ୍ଟର ରୋଲ୍ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟ ସରକାର ବିଭିନ୍ନ ବିଭାଗ ଅଧିନରେ ଥିବା ପ୍ରକଳ୍ପରେ କାର୍ଯ୍ୟରତ ଶ୍ରମିକମାନଙ୍କର  ଇ-ମଷ୍ଟର ରୋଲ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଆସନ୍ତା ଜାନୁଆରି ପହିଲାରୁ ଏହା ଲାଗୁ ହେବ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆରମ୍ଭରୁ ଏହା ୫ଟି ବିଭାଗରେ ଲାଗୁ ହେବ ବୋଲି ଜଣାଯାଇଛି । ଜଳ ସଂପଦ, ପୂର୍ତ୍ତ, ପଂଚାୟତିରାଜ, ଗ୍ରାମ୍ୟ ଓ ନଗର ଉନ୍ନୟନ ବିଭାଗରେ ଲାଗୁ ହେବ ।୧୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ ଥିବା ପ୍ରକଳ୍ପରେ କାର୍ଯ୍ୟରତ ଶ୍ରମିକଙ୍କ କ୍ଷେତ୍ରରେ ଏହା ଲାଗୁ ହେବ । ମୁଖ୍ୟମନ୍ତ୍ରୀ ମଜୁରୀ ଇ-ପେମେଣ୍ଟ ବ୍ୟବସ୍ଥାର ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ତେବେ ଇ-ମଷ୍ଟର ରୋଲ ଲାଗୁ ହେଲେ ଶ୍ରମିକଙ୍କ ଆକାଉଣ୍ଟକୁ ଟଙ୍କା ସିଧାସଳଖ ଯିବ । ଏଥି ସହିତ ମଜୁରୀର ମନିଟରିଂ ଏବଂ ଇଏସଆଇ ଓ ଇପିଏଫ ଦେୟଗୁଡ଼ିକର ଠିକ ସମୟରେ ଜମା ହୋଇପାରିବ । ଭିଡିଓ ବାର୍ତ୍ତା ଜରିଆରେ ଏହି ପ୍ରକଳ୍ପର କାର୍ଯ୍ୟକାରିତାର ଅଗ୍ରଗତି ସମୀକ୍ଷା କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସରକାରଙ୍କ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷାରେ ବିଭିନ୍ନ ବିଭାଗର ସଚିବ ମଧ୍ୟ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର