ବାତ୍ୟା ସ୍ଥିତି ଓ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଅତି ଭୀଷଣ ବାତ୍ୟା ୟାସ ଓଡ଼ିଶା ଆଡ଼କୁ ମାଡ଼ି ଆସୁଥିବାବେଳେ ଏହାର ମୁକାବିଲା ପାଇଁ ପ୍ରଶସନର ପ୍ରସ୍ତୁତି ଚୂଡ଼ାନ୍ତ ସ୍ତରରେ ପହଞ୍ଚିଛି । ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ସ୍ଥିତି ଓ ପ୍ରଶାସନର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

ଶୂନ ଜୀବନହାନୀ ଉପରେ ଗୁରୁତ୍ବ ଦେବାକୁ ଏହି ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟାର ସ୍ଥିତି ଉପରେ ନଜର ରଖାଯ଼ାଇଛି ଓ ମୁକାବିଲା ପାଇଁ ସବୁପ୍ରକାରର ପ୍ରସ୍ତୁତି କରାଯ଼ାଇଛି ।ଏହା ସହିତ ପ୍ରଶାସନକୁ ସହଯ଼ୋଗ କରିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା ମୁଖ୍ୟମନ୍ତ୍ରୀଙ୍କୁ ବାତ୍ୟା ସ୍ଥିତି ଓ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ ।

ଏସଆରସି ଜେନା କହିଥିଲେ ଯ଼େ, ବାତ୍ୟା ଆସନ୍ତା କାଲି ଧାମରା ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ଣ ୩ଟା ସୁଦ୍ଧା ପ୍ରାୟ ଅଢେଇ ଲକ୍ଷ୍ୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯ଼ାଇଛି ।

 

ସମ୍ବନ୍ଧିତ ଖବର