ଭୁବନେଶ୍ବର: କରୋନା ଯୋଦ୍ଧାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଭିଡିଓ ବାର୍ତ୍ତାରେ ଏହି ଘୋଷଣା କରିଛନ୍ତି। କରୋନା ସଂକ୍ରମିତ ରୋଗୀଙ୍କର ଚିକିତ୍ସା କରୁଥିବା ବେଳେ ଯଦି କୌଣସି ଡାକ୍ତର ବା ସ୍ବାସ୍ଥ୍ୟକର୍ମୀଙ୍କର ମୃତ୍ୟୁ ଘଟିବ, ତେବେ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ମିଳିବ। ଉଭୟ ଘରୋଇ ଓ ସରକାରୀ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଏହି ଟଙ୍କା। ତା’ସହିତ ସେମାନଙ୍କ ପରିବାରକୁ ଅବସର ଯାଏଁ ପୂର୍ଣ୍ଣ ଦରମା ଦିଆଯିବ।
/sambad/media/post_attachments/wp-content/uploads/2020/04/naveen-today-2.jpg)
ଏହାଛଡ଼ା ସେମାନଙ୍କ ପରିବାରକୁ ପେନସନ୍ ବି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହି କରୋନା ଯୋଦ୍ଧାମାନଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ସଂପନ୍ନ କରାଯିବ ବୋଲି ସେ କହିଛନ୍ତି।ଜାତୀୟ ଦିବସରେ କରୋନା ଯୋଦ୍ଧାଙ୍କୁସମ୍ମାନ ଦିଆଯିବ ବୋଲି ସେ କହିଛନ୍ତି।
ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର ଉପରେ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି ରାଜ୍ୟ ସରକାର। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ ନେଇ ଚରମ ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରତି ଆକ୍ରମଣ ରାଜ୍ୟ ପ୍ରତି ଆକ୍ରମଣ ସଦୃଶ। ଡାକ୍ତରଙ୍କୁ ଆକ୍ରମଣ କଲେ, କାର୍ଯ୍ୟରେ ବାଧା ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଡାକ୍ତରଙ୍କ ପ୍ରତି ଆକ୍ରମଣକାରୀଙ୍କ ବିରୋଧରେ ଏନଏସଏ ଲାଗୁ ହେବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Naveen-Declares-50-Lakhs-Compensations-to-Hospital-Staff_Thumbnail.jpg)