ଭୁବନେଶ୍ବର: ସଂପ୍ରତି ଦେଶର ବିଭିନ୍ନ ଅଞ୍ଚଳରେ କରୋନା ମୁକାବିଲା ଲାଗି କାର୍ଯ୍ୟରତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆକ୍ରମଣ କରାଯାଉଥିବା ପରିଲକ୍ଷିତ ହୋଇଛି। ଏହାକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେତାବନୀ ଦେଇ କହିଛନ୍ତି ଯେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଆକ୍ରମଣ ରାଜ୍ୟ ପ୍ରତି ଆକ୍ରମଣ ସଦୃଶ। ଡାକ୍ତରଙ୍କୁ ଆକ୍ରମଣ କଲେ ବା ତାଙ୍କ କାର୍ଯ୍ୟରେ ବାଧା ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଆକ୍ରମଣକାରୀଙ୍କ ବିରୋଧରେ ଏନଏସଏ ଲାଗୁ ହେବ ବୋଲି ସେ କହିଛନ୍ତି। ସେ ଭିଡିଓ ବାର୍ତ୍ତାରେ ଏହି ଘୋଷଣା କରିଛନ୍ତି।
/sambad/media/post_attachments/wp-content/uploads/2020/04/naveen-today-2.jpg)
ମୁଖ୍ୟମନ୍ତ୍ରୀ କହିଛନ୍ତି ,’ ସମଗ୍ର ମାନବ ଜାତି କରୋନା ଭାଇରସ୍ ସହିତ ଲଢେଇ କରୁଛନ୍ତି | ତିନି ମାସ ମଧ୍ୟରେ ବିଶ୍ୱର ୨ଲକ୍ଷରୁ ଅଧିକ ଲୋକ ଜୀବନ ହରାଇଛନ୍ତି | ଅଧିକାଂଶ ଦେଶ ଏହି ଅଦୃଶ୍ୟ ଶତ୍ରୁ ସହିତ ଯୁଦ୍ଧ ସ୍ଥିତିରେ ଅଛନ୍ତି।
ଏହି ଯୁଦ୍ଧକୁ ଆମର ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମାମାନେ ଆଗ ଧାଡ଼ିରେ ଲଢେଇ କରୁଛନ୍ତି।
ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେ ଏକ ସମ୍ପ୍ରଦାୟ ଭାବରେ ଯେଉଁ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ ସହକାରୀମାନେ ସେବା ଯୋଗାଉଛନ୍ତି, ଏହି କଠିନ ଓ ନିଃସ୍ୱାର୍ଥପର ସେବା ପାଇଁ ଆମେ ସେମାନଙ୍କ ନିକଟରେ କୃତଜ୍ଞ ହେବା ଉଚିତ |
ଦୟାକରି ମନେ ରଖନ୍ତୁ, ସେମାନଙ୍କ ବିରୋଧରେ ଯେକୌଣସି କାର୍ଯ୍ୟ ରାଜ୍ୟ ବିରୁଦ୍ଧରେ କାର୍ଯ୍ୟ ଅଟେ।
ଯଦି କୌଣସି ବ୍ୟକ୍ତି ଏଭଳି କାର୍ଯ୍ୟରେ ଲିପ୍ତ ରହିବେ ଯାହା ସେମାନଙ୍କ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବେ କିମ୍ବା ଅସମ୍ମାନ କରିବେ, ତେବେ ଜାତୀୟ ସୁରକ୍ଷା ଆଇନର ଧାରାକୁ ଅନ୍ତର୍ଭୁକ୍ତ କରିବା ସହିତ ସେମାନଙ୍କ ବିରୋଧରେ ଅତି କଠୋର ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Strict-Action-For-Violation-Inside-Hospital_Thumbnail.jpg)