ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ୭୫ତମ ବର୍ଷ ପୂର୍ତ୍ତି ଉତ୍ସବ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଏପାଖ ସେପାଖ 

ଜୟପୁର: ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ୭୫ତମ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ସମାରୋହରେ କିଛି ନିଆରା ଚିତ୍ର ଦେଖିବାକୁ ମିଳିଥିଲା।

ତାରାଙ୍କ ଜୟ ନବୀନ ନାରା ଓ ପ୍ରଶାଂସା ନେଇ ଚର୍ଚ୍ଚା ଜୋର 

୭୫ତମ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଦାବି ମୁତାବକ  ବିଶ୍ବବିଦ୍ୟାଳୟ ମାନ୍ୟତା ଘୋଷଣା ସହ

ନୂଆ ବିଶ୍ବବିଦ୍ୟାଳୟରେ ଅଡିଟୋରିୟମ ପାଇଁ ୮କୋଟି ଟଙ୍କାର କାର୍ଯ୍ୟଦେଶ ସଭା ମଂଚରେ ଜିଲ୍ଲାପାଳଙ୍କୁ ଦେଇ ଓଡିଶା ଇତିହାସରେ ପ୍ରଥମ ଘଟଣା ଘଟାଇଥିଲେ। ଗୁପ୍ତେଶ୍ବରର ବିକାଶ ପାଇଁ ଦେଢ଼ କୋଟି, ଜଗନ୍ନାଥସାଗରର ପୁନଃରୁଦ୍ଧାର ପାଇଁ ୪କୋଟି, ଦେଓମାଳିର ବିକାଶ ପାଇଁ ୩କୋଟି ଟଙ୍କାର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରି ଦାବି ପୁରଣ କରିଥିଲେ।  ଏସବୁକୁ ନେଇ   କଂଗ୍ରେସ ବିଧାୟକ ତାରା ମଂଚରେ ବେଶ ଉତ୍ସାହିତ ଦେଖାଦେବା ସହ  ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ବେଶ ପ୍ରଶଂସା  କରିବା ସହ କାଣିଚାଏ ଚାହିଁଲେ ଜିଲ୍ଲାର ସାମଗ୍ରୀକ ବିକାଶ ହେବ ବୋଲି କହି ନବୀନ ପଟ୍ଟନାୟକ ଜିନ୍ଦାବାଦ, ଜୟ ନବୀନର ନାରା ଦେଇଥିଲେ।

ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ କାଂସ୍ୟ ପ୍ରତିମୂର୍ତ୍ତି ମୁଖ୍ୟମନ୍ତ୍ରୀଙ୍କୁ ଉପହାର

ତାରା ଭାଷଣ ଦେବା ବେଳେ ନିଜ  ବ୍ରାଣ୍ଡ ସ୍ଲୋଗାନ ‘ନାନା କେ’ର ବହୁଳ ପ୍ରଚାର କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସମସ୍ତେ ନାନାକେ ବୋଲି କହୁଥିବା ବେଳେ ମୁଖ୍ୟମନ୍ତ୍ରୀ ଓ୫ଟି ସଚିବ ବି ହସୁଥିବା ଦେଖିବାକୁ ମିଳିଥିଲା। ଧନ୍ୟବାଦ ଞାପନ କରି ବିଧାୟକ ପୁରାତନ ଛାତ୍ରଙ୍କୁ ନେଇ  ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ବ୍ରୋଂଜ ପ୍ରତିମୂର୍ତ୍ତି ମୁଖ୍ୟମନ୍ତ୍ରୀଙ୍କୁ ଉପହାର ସ୍ବରୁପ ଦେବା ସହ ଉଭୟଙ୍କୁ ହସ୍ତତନ୍ତର ଉପଢ଼ୈକନ ଦେଇ ହାତ ଯୋଡି ମୁଣ୍ଡ ନୁଆଁଇ ସମ୍ମାନ ଜଣାଇଥିଲେ । ସେଭଳି ତାରା କେତେବେଳେ ପୁରୁଣା କଂଗ୍ରେସିଆ  ପୂର୍ବତନ ୨ବିଧାୟକ, ପୂର୍ବରୁ କଂଗ୍ରେସରେ ରହି ଏବେ ବିଜେଡିର ଉଚ୍ଚଶିକ୍ଷା ମନ୍ତ୍ରୀ, ଅନୂସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଓ ସଂଗଠନ ସଂପାଦକ ବବିଦାସଙ୍କ ସହ କଥାବାର୍ତ୍ତା କରିବା ସହ ମଂଚରୁ ବବିଙ୍କୁ ସମ୍ବୋଧନ କରିବା ଆଦି  ଅଲଗା ଆନ୍ଦାଜକୁ ନେଇ ଆଜି ସେ କେଉଁ ଦଳର ଚର୍ଚ୍ଚାର ବିଷୟ ପାଲଟିଥିଲା।

ପୂର୍ବତନ ଛାତ୍ରୀ ଓ ପୁଲିସ ଡିଏସପି ମହିଳାଙ୍କୁ ବସାଇବା ପାଇଁ ସୁବ୍ୟବସ୍ଥା 

କାର୍ଯ୍ୟକ୍ରମରେ ଧାର୍ଯ୍ୟ ଠାରୁ ଦୁଇ ଗୁଣା ଅଧିକା ମହିଳା ଏସଚଜିର ସଦସ୍ୟା, ପୁରାତନ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକରୁ ବସ ଗୁଡିକ ଦୁଇ ଥର ଲେଖାଏଁ ଯାଇ ମହିଳା ମାନଙ୍କୁ ଆଣି ଆସିଥିଲେ। ଏତେ ସଂଖ୍ୟକ ଲୋକେ ବସିବା ପାଇଁ ବ୍ୟବସ୍ଥା ହୋଇ ନଥିଲା। ବହୁ ମହିଳା ଠିଆ ହୋଇଥିଲେ। ଏମାନଙ୍କୁ ସୁବନ୍ଦୋବସ୍ତ ଭାବେ ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀ ଏବଂ ଡିଏସପି ସୁମିତ୍ରା ଜେନା ସ୍ଥାୟୀ କଲେଜ ମଣ୍ଡପ ଓ ମଂଚ ତଳେ ବସିବା ପାଇଁ ତାରପୋଲିନ୍ ଆଦି ସଂଗ୍ରହ କରି ପକାଇବା ବ୍ୟବସ୍ଥା କରି ବସାଇଥିଲେ।

ପାଣି ବୋତଲ ନେବାକୁ ଦେଲୋନି ପୁଲିସ

ମୁଖ୍ୟମନ୍ତ୍ରୀଙ୍କ  ଅନ୍ୟ ସବୁ ସଭା ପରି ଏଠାରେ ବି କଳା ପଲିଥିନ୍ ଜରୀ ସହ ସାମାନ୍ୟ କଳା ରଂଗ ରହିଥିବା ଶାଲକୁ ବି କାଢ଼ି ରଖିଥିଲା ପୁଲିସ। ଏପରିକି ମହିଳା ମାନେ ଧରି ଆସିଥିବା ପାଣିବୋତଲ ବି ନେବାକୁ ଦେଇ ନଥିଲେ। ଜଣେ ମହିଳା ସାମ୍ବାଦିକା ପିନ୍ଧି ଆସିଥିବା ନିଳ ରଂଗର କୋଟକୁ ବାହାର କରିବାକୁ ପୁଲିସ କହିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର