ଆସନ୍ତାକାଲି ନବ ଦାସଙ୍କ ଦ୍ଵାଦଶାହ: ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା: ଆସନ୍ତାକାଲି ନବ ଦାସଙ୍କ ଦ୍ଵାଦଶାହ ଥିବାବେଳେ ଶ୍ରଦ୍ଧାଞ୍ଜଳି ସଭାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ | ମିଳିଥିବା ସୂଚନା ମୁତାବକ ନବ ଦାସଙ୍କ ଦ୍ଵାଦଶାହ ଓ ଶ୍ରଦ୍ଧାଞ୍ଜଳି ସଭା ପାଇଁ ଝାରସୁଗୁଡା ସରବାହାଲର ହାଇସ୍କୁଲ ପଡିଆରେ ବ୍ୟାପକ ପ୍ରସ୍ତୁତି କରାଯାଇଛି | ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଦିନ ୧୨ଟା ୧୫ରେ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ |ସେଠାରେ ପ୍ରାୟ ଅଧଘଣ୍ଟା ରହିବା ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ |

ଅନ୍ୟପଟେ ଏହି ସଭାରେ ଝାରସୁଗୁଡା, ସମ୍ବଲପୁର ସହ ଆଖପାଖ ଜିଲ୍ଲାରୁ ବହୁ ଲୋକ ଯୋଗ ଦେବେ ବୋଲି ଜଣାପଡିଛି | ଆଜି ନବଙ୍କ ପୁଅ ବିଶାଳ ଦାସ ଓ ଝିଅ ଦିପାଲି ଦାସ ଝାରସୁଗୁଡା ସରବାହାଲର ହାଇସ୍କୁଲ ପଡିଆରେ ପହଂଚି ପ୍ରସ୍ତୁତିର ତଦାରଖ କରିଥିଲେ ।

ସମ୍ବନ୍ଧିତ ଖବର