ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ। ଆମ ସମସ୍ତଙ୍କୁ ଦୃଢତାର ସହ କରୋନା ମୁକାବିଲା ପାଇଁ ଶକ୍ତି ଦେଉ। #PanaSankranti#OdiaNewYearpic.twitter.com/gIyTviR9we
— Naveen Patnaik (@Naveen_Odisha) April 13, 2020
ସେ ଏଥିପାଇଁ ନିଜର ଟୁଇଟ୍ ଯୋଗେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି,‘ ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ। ଆମ ସମସ୍ତଙ୍କୁ ଦୃଢତାର ସହ କରୋନା ମୁକାବିଲା ପାଇଁ ଶକ୍ତି ଦେଉ।’
ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ବର୍ତ୍ତମାନ ସମୟର ଆହ୍ୱାନ ହେଉଛି କରୋନା ବିରୋଧରେ ଏହି ଲଢେଇକୁ ଦୃଢତାର ସହ ଲଢ଼ିବା। ଆସନ୍ତୁ, ଏକ ହୋଇ ଏ ଯୁଦ୍ଧ ଜିତିବା। pic.twitter.com/SST19bXzqq
— Naveen Patnaik (@Naveen_Odisha) April 13, 2020
ଠିକ୍ ସେହିପରି ରାଜଧାନୀ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇ କରୋନା ବିରୋଧରେ ଦୃଢ଼ତାର ସହ ଲଢ଼ିବାକୁ ଆହ୍ବାନ ଦେଇଛନ୍ତି। ସେ ଏଥିପାଇଁ ନିଜର ଟୁଇଟ୍ ଯୋଗେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ,’ ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ବର୍ତ୍ତମାନ ସମୟର ଆହ୍ୱାନ ହେଉଛି କରୋନା ବିରୋଧରେ ଏହି ଲଢେଇକୁ ଦୃଢତାର ସହ ଲଢ଼ିବା। ଆସନ୍ତୁ, ଏକ ହୋଇ ଏ ଯୁଦ୍ଧ ଜିତିବା।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/CM-Wishes-For-Odia-New-Year_Thumbnail.jpg)