ପାର୍ବଣ ପୂର୍ବରୁ ଫୁଡ୍ ସ୍କ୍ବାର୍ଡର ଚଢ଼ଉ; ଜବତ‌ ହେଲା ବାସି ସାମଗ୍ରୀରେ ପ୍ରସ୍ତୁତ ମିଠା

କଟକ: କଟକର ବିଭିନ୍ନ ମିଠା ଦୋକାନରେ ମହାନଗର ନିଗମ ଫୁଡ୍ ସ୍କ୍ବାର୍ଡର ଚଢ଼ଉ। ଏହି ସମୟରେ ବହୁ ବାସିମିଠା ଓ ମିଠାରେ ରଙ୍ଗ ମିଶାଯାଇଥିବା ଜବତ କଲା ଫୁଡ୍ ସ୍କ୍ୱାର୍ଡ। ଆଗକୁ ଦୁର୍ଗା ପୂଜା ଆସୁଥିବାରୁ ଏହି ସମୟରେ ମିଠା ବିକ୍ରି ଅଧିକ ହୁଏ ତେଣୁ ଏହାକୁ ନଜରରେ ରଖି ଲୋକେ କିଭଳି ଅସ୍ୱାସ୍ଥ୍ୟକର ଜିନିଷ ନ ଖାଇବ ତେଣୁ ଏହି ରେଡ୍ କିରିଛି ସିଏମସି । କିଛି ଦୋକାନ ସିଲ୍ କରାଯିବା ସହ ଅନେକ ଦୋକାନ ମାଲିକଙ୍କୁ ତାଗିଦ୍ କରିଛି ସିଏମସିର ସ୍ୱାସ୍ଥ୍ୟ ବିଭାଗ।

ଦୁର୍ଗାପୂଜା ଆସୁଥିବାରୁ ସମସ୍ତେ ଖୁସିରେ ମସଗୁଲ । ଆଉ ଏହି ଖୁସିକୁ ବୟାନ କରିବା ପାଇଁ ମିଠା ଖୁଆଇ ସମସ୍ତେ ଏହି ପର୍ବରେ ଆନନ୍ଦିତ ହୋଇଥାନ୍ତି। ହେଲେ ଟିକେ ନଜର ପକାନ୍ତୁ ଯେଉଁ ମିଠାକୁ ଆପଣ ଖାଇବେ ତାହା କେତେ ସ୍ୱାସ୍ଥ୍ୟକର। ଉପରକୁ ଦେଖାଯାଉଥିବା ସୁନ୍ଦର ମିଠା ଭିତରେ କଣ ରହିଛି । ମହାକାଳ ଫଳ ସଦୃଶ୍ୟ ଏହି ମିଠା । ଯାହା ଉପରକୁ ଭଲ ଓ ଭିତର ଖରାପ । ବିଭିନ୍ନ ରଙ୍ଗ ଓ ବାସି ସାମଗ୍ରୀ ତିଆରି ହେଉଛି ମିଠା। ଯାହାକୁ ନେଇ ଆଜି ସିଏମସି କଟକର ବିଭିନ୍ନ ମିଠା ଦୋକାନରେ କରିଛି ଚଢ଼ଉ।

ଆଗକୁ ପୂଜା ପାର୍ବଣର ସମୟ ଆସୁଥିବା ହେତୁ କଟକର ପ୍ରମୁଖ ମିଠା ଦୋକାନ ଉପରେ ଆଜି ଅତର୍କିତ ଚଢ଼ଉ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ। ଅନେକ ଦୋକାନକୁ ତାଗିଦ କରିବା ସହ କିଛି ଦୋକାନ ମଧ୍ୟ ସିଲ କରିଛି ସିଏମସି। ଅନ୍ୟପଟେ ବର୍ଷ ବର୍ଷ ଧରି ଏହି ମିଠା ବ୍ୟବସାୟରେ ଅନେକ ଲାଭବାନ ହୋଇଥାନ୍ତି ବ୍ୟବସାୟୀ। ହେଲେ ଏହି ଲାଭବାନ ପଛରେ କେତେ ଯେ ସ୍ୱାସ୍ଥ୍ୟ ଖରାପ ହେଉଥିବ ତାହା କଳନା କରିବା ଅସମ୍ଭବ। ତେବେ ବିନା ଲାଇସେନ୍ସରେ କିପରି ବର୍ଷ ବର୍ଷ ଧରି ବ୍ୟବସାୟ କରି ଆସୁଥିଲେ ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଅନ୍ୟପଟେ ଏହି ସିଏମସି ଏହି ଚଢ଼ଉ ପ୍ରକ୍ରିୟା ନିଶ୍ଚୟ ସଚେତନତା ଓ ପରିବର୍ତ୍ତନ ଦିଗକୁ ଆହୁରି ମଜଭୁତ କରିବ ବୋଲି କହିଛନ୍ତି ବ୍ୟବସାୟୀ। କେବଳ ପାର୍ବଣ ସମୟରେ ନୁହେଁ ବରଂ ରୀତିମତ ଭାବରେ ସିଏମସି ର ଆକ୍ସନ ମୁଡ ଜାରି ରହିଲେ ନିଶ୍ଚୟ ସହରରୁ ଅପମିଶ୍ରିତ ଖାଦ୍ୟ ଉପରେ ରୋକ୍‌ ଲାଗି ପାରନ୍ତା।

 

ସମ୍ବନ୍ଧିତ ଖବର