କଟକ: ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡରେ ସାମିଲ ହେଲା କଟକ । ଐତିହାସିକ ବାଲିଯାତ୍ରା ଉତ୍ସବ ଅବସରରେ ସିଏମସି ପକ୍ଷରୁ ଆୟୋଜିତ କାଗଜ ଡଙ୍ଗା ତିଆରି କାର୍ଯ୍ୟକ୍ରମରେ ୨୨ ସ୍କୁଲର ୨୧୨୧ ଜଣ ବିଦ୍ୟାର୍ଥୀ ୩୦ ମିନିଟ ସମୟ ମଧ୍ୟରେ ପ୍ରାୟ ୨୩ହଜାରରୁ ଊର୍ଦ୍ଧ ଡଙ୍ଗା ତିଆରି କରି ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ୧୩୦୪ ରହିଥିଲା। ତେବେ କଟକ ଏହି ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛି।

Advertisment

ଏହି କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ରହିଥିଲେ । ଗିନିଜ ବୁକ ଅଫ ରେକର୍ଡ ପକ୍ଷରୁ ୫୦ଜଣ ଅଫିସିଆଲ୍ ଏହାକୁ ପରିଚାଳନା କରୁଥିଲେ । ରେକର୍ଡକୁ ବିଚାର କରିବା ପାଇଁ ଇଂଲଣ୍ଡରୁ ଗିନିଜ ବୁକର ଜଣେ ଜୁରି ମଧ୍ୟ ଉପସ୍ଥିତ ଥିଲେ। ତେବେ ଏହି ଐତିହାସିକ ସମୟକୁ ସମସ୍ତେ ଏକାଠି ହୋଇ କଟକ ବାରବାଟୀ ଷ୍ଟାଡିୟମରେ ପାଳନ କରିଥିଲେ।

ଏଥିଲାଗି ଗତ୧୦ ତାରିଖରେ ଲଣ୍ଡନରୁ ପହଞ୍ଚିଥିଲା ଗିନିଜ ୱାର୍ଲଡ଼ ରେକର୍ଡସର ଅଫିସିଆଲ ଟିମ। କଟକ ସହରର ପ୍ରାୟ ସବୁ ସ୍କୁଲର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ। ପ୍ରତି ଅଂଶଗ୍ରହଣକାରୀ ୨୦ରୁ ଅଧିକ କାଗଜ ଡଙ୍ଗା ତିଆରି କରିଏହି ରେକର୍ଡ ସୃଷ୍ଟି କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମ ପୂର୍ବରୁ କଟକ ମହାନଗର ନିଗମର ସମସ୍ତ କର୍ପୋରେଟର , ସିଏମସି ଅଧିକାରୀ ଓ ସମସ୍ତ ଅଂଶଗ୍ରହଣକାରୀଙ୍କୁ କାଗଜ ଡ଼ଙ୍ଗା ନିର୍ମାଣ ପ୍ରଶିକ୍ଷଣ ଦିଆଯାଇଥିଲା।