କଟକର ନୂଆ ମେୟରଭାବେ ଶପଥ ଗ୍ରହଣ କଲେ ସୁବାସ ଚନ୍ଦ୍ର ସିଂହ

କଟକ: କଟକ ମହାନଗର ନିଗମ ନବନିର୍ବାଚିତ ମେୟର ଓ କର୍ପୋରେଟରଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥାନୀୟ ସହିଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମେୟର ସୁବାସ ଚନ୍ଦ୍ର ସିଂହ ଶପଥ ଗ୍ରହଣ କରିଛନ୍ତି।

ତାପରେ ସିଏମସିର ୫୯ଟି ୱାର୍ଡର କର୍ପୋରେଟର ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବ ପରେ ଡେ଼ପୁଟି ମେୟର ନିର୍ବାଚନ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ସିଏମସି କମିଶନର ଅନ୍ୟାନ୍ୟ ଦାସ, ପୌର ପ୍ରଶାସକ ତଥା ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ସିଏମସି ପ୍ରଶାସକ ଅନୀଲ କୁମାର ସାମଲ ପ୍ରମୁଖ ଉପସ୍ଥିତ ରହିଛନ୍ତି। କାର୍ଯ୍ୟକ୍ରମକୁ ଡେ଼ପୁଟି କମିଶନର ସଂଜୀବିତା ରାୟ ପରିଚାଳନା କରିଛନ୍ତି।

ସମ୍ବନ୍ଧିତ ଖବର