କଟକ ମହାନଗର ନିଗମରୁ ଜଣେ ଆକ୍ରାନ୍ତ ଚିହ୍ନଟ, ମୋଟ୍ କରୋନା ପଜିଟିଭଙ୍କ ସଂଖ୍ୟା ୩୪

କଟକ: ଆଜି ରାଜ୍ୟରେ ଗୋଟିଏ ଦିନରେ ୧୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୧୪୩ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଆସିଥିବାବେଳେ ୨୭ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି | ସେହିପରି ଏମାନଙ୍କ ମଧ୍ୟରେ ଜଣେ ଏନଡିଆରଏଫ ଯବାନ ଥିବା ନେଇ ସୂଚନା ଦେଇଥିଲା ସୂଚନା ଏବଂ ଲୋକସମ୍ପର୍କ ବିଭାଗ |

image source–long island press

ତେବେ ୧୭୦ଜଣଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ଆଜି ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ୧୪ ଜଣଙ୍କ ମଧ୍ୟରୁ କେବଳ ଜଣେ କଟକ ସହରର ବୋଲି ସୂଚନା ଦେଇଛି କଟକ ମହାନଗର ନିଗମ | ସେହି ଆକ୍ରାନ୍ତଜଣକ ମହାନଦୀ ବିହାରର ବୋଲି ସୂଚନା ଦେଇଛି କଟକ ମହାନଗର ନିଗମ | ସେ ମହାନଦୀ ବିହାରରୁ ଗତ ୧୬ ତାରିଖରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂପର୍କୀୟ ବୋଲି କଟକ ମହାନଗର ନିଗମ ପକ୍ଷରୁ ଟୁଇଟର୍ ଯୋଗେ ସୂଚନା ଦିଆଯାଇଛି|

ଏବେ କଟକ ମହାନଗର ନିଗମରେ ମୋଟ୍ ୩୪ଜଣ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧ ରହିଛି। ଅପରପକ୍ଷରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର