ପୁଣି ୬୦ ନୂଆ କରାେନା ପଜିଟିଭ୍ ଚିହ୍ନଟ, କଟକରେ ତିନିଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୨ ଛୁଇଁଲା

କଟକ: ଚିନ୍ତା ବଢ଼ିଲାଣି କଟକର ସହି, ବସ୍ତି। ପୁଣି ଗୋଟିଏ ଦିନରେ କଟକ ସହରରୁ ୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଗତ ତିନିଦିନରେ କଟକ ସହରରୁ ୧୯୨ଜଣ ଆକ୍ରାନ୍ତ ଚିହ୍ନଟ ହେବା ଘଟଣାକୁ ନେଇ ସହରରେ ଆତଙ୍କ ସୃଷ୍ଟି କଲାଣି। ଚୌଦ୍ଵାର ସର୍କଲ ଜେଲର ଜଣେ କର୍ମଚାରୀ, ଷଷ୍ଠ ବାଟାଲିୟନର ଯବାନ, ରେଭେନ୍ସା ଇଷ୍ଟ ହଷ୍ଟେଲର କର୍ମଚାରୀ, ଏକ ପ୍ରତିଷ୍ଠିତ ହୋଟେଲର ୨ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ସେହିପରି କଣ୍ଟେନମେଣ୍ଟ ଜୋନ ତଥା ଖଟବିନ ସହିରୁ ପୁଣି ୧୩ଜଣ, ପୁରୁଣା ରାଉସାପାଟଣାରୁ ୧୧, ବାରି ଲେନରୁ ୨,ଏମ ଦାସ ତଥା ଅର୍ବନ ପିଏଚସି ଅଞ୍ଚଳରୁ ୮ଜଣ, ଦେୱାନ ବଜାରରୁ ୨, ଶଙ୍କରପୁର ପରିଡା ସାହିରୁ ୩, କେଶରପୁରରୁ ୨,ଗୋଠମୂଲିରୁ ୨, ସିଡ଼ିଏ ସେକ୍ଟର ୭ ନମ୍ବରରୁ ୧, ଜଗତପୁର, ମଧୁପଟଣା, ମାଲଗୋଦାମ, ଜୟ ଜୟଦୁର୍ଗା ଲେନ, ସାଇଲୋ ଝରପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୮୭ ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୯ ରହିଛି। ସେହିପରି କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୪ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର