ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ: ଓଡ଼ିଶା ଖଣି ନିଗମ ଦେଲା ୧୦୦ କୋଟି, ଡଃ ରମାକାନ୍ତ ପଣ୍ଡା ୧.୫ କୋଟି ଟଙ୍କା

ଭୁବନେଶ୍ୱର: ବାତ୍ୟା ‘ଫନି’ ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ରବିବାର ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଏହି କ୍ରମରେ ଓଡ଼ିଶା ଖଣି ନିଗମ ପକ୍ଷରୁ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଶିଳ୍ପ ବିଭାଗ ପ୍ରମୁଖ ସଚିିବ ତଥା ନିଗମର ଅଧ୍ୟକ୍ଷ ସଂଜୀବ ଚୋପ୍ରା, ପରିଚାଳନା ନିର୍ଦ୍ଦେଶକ ଆର. ଭିନିଲ କ୍ରିଷ୍ଣା ଓ ଅର୍ଥ ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପରିମାଣର ଚେକ୍‌ ପ୍ରଦାନ କରିଛନ୍ତି।

ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ତଥା ଏସିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ଉପାଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡଃ ରମାକାନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧.୫ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ଏହା ସହିତ ନୂଆଦିଲ୍ଲୀର ହେପାଟୋଲୋଜୀ ଆସୋସିଏଟ୍‌ ପ୍ରଫେସର ଡ. ଅଶୋକ ଚୌଧୁରୀ ୫୧ ହଜାର ଟଙ୍କା, ବଡବିଲ୍‌ର ଏସ୍‌ଏନ୍‌ ଗ୍ରୁପ ୧ କୋଟି ଟଙ୍କା, ଭୁବନେଶ୍ୱରର ସ୍ୱୟଂଶାଶ୍ୱତ ସିଂ ୧୦ ହଜାର ଟଙ୍କା ଚେକ ପ୍ରଦାନ କରିଛନ୍ତି।

ଓଡ଼ିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥାମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର