ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସ୍ଥିତି ସମୀକ୍ଷା, ଏଣିକି ଅନଲାଇନରେ ଜାଣିହେବ କୋଭିଡ ହସପିଟାଲରେ ଖାଲିଥିବା ଶଯ୍ୟା ସଂଖ୍ୟା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବେଳେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି ଅନଲାଇନରେ ମିଳିବ କୋଭିଡ୍ ହସପିଟାଲରେ ଥିବା ଖାଲି ଶଯ୍ୟା ସଂଖ୍ୟା । ଏଥିପାଇଁ ରିଅଲ ଟାଇମ ବେଡ ମ୍ୟାନେଜମେଣ୍ଟ ସିଷ୍ଟମ ଲାଗୁ କରାଯିବ ।

ରାଜ୍ୟରେ କୋଭିଡ୍ ନିୟମର କଡ଼ାକଡ଼ି ପାଳନ ଉପରେ ଗୁରୁତ୍ବ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଏହା ସହିତ ସମୟାନୁସାରେ ଆବଶ୍ୟକ ପରିମାଣରେ ଅମ୍ଳଜାନ ଓ  ଔଷଧ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି କୋଭିଡ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ କୋଭିଡ କେୟାର ସେଣ୍ଟର ସହ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ମେଡିକାଲ କଲେଜର ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି । ବେସରକାରୀ ହସ୍ପିଟାଲକୁ କୋଭିଡ ହସ୍ପିଟାଲ କରିବାକୁ ପଦକ୍ଷେପ ନିଆଯାଇଛି । ୩୦% ଶଯ୍ୟାରେ ଅକ୍ସିଜେନ ବ୍ୟବସ୍ଥା ହୋଇଛି ।

 

ସମ୍ବନ୍ଧିତ ଖବର