ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ଜୀବନହାନୀ ନହେବା ଉପରେ ଗୁରୁତ୍ବ

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟାରେ ଯ଼େପରି ଜୀବନହାନୀ ନହୁଏ ତାହା ଉପରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ବୋଲି ଏହି ବୈଠକ ପରେ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା କହିଛନ୍ତି ।

ଉପକୂଳବର୍ତ୍ତୀ ଅଞ୍ଚଳରେ କଚ୍ଚା ଘରେ ରହୁଥିବା ସବୁ ଲୋକମାନଙ୍କୁ ସ୍ଥାନାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ବାତ୍ୟା ଆଶ୍ରୟସ୍ଥଳୀରେ କୋଭିଡ ନିୟମ ପାଳନ କରି ଅଳ୍ପ ଅଳ୍ପ ଲୋକଙ୍କୁ ରଖିବାକୁ ନିର୍ଦ୍ଦେଶ ଦିଆଯ଼ାଇଛି । ଏହା ସହିତ କୋଭିଡ ହସପିଟାଲଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ ଯ଼ୋଗାଣ, ପାନୀୟ ଜଳ ଯ଼ୋଗାଣ ଉପରେ ବୈଠକରେ ଗୁରୁତ୍ବ ଦିଆଯ଼ାଇଛି । ସେହିପରି କୋଭିଡ ହସପିଟାଲଗୁଡ଼ିକରେ ଅନ୍ୟସମସ୍ତ ଜରୁରୀ ସାମଗ୍ରୀ, ଜେନେରେଟର ମଧ୍ୟ ମହଜୁଦ ରଖିବାକୁ କୁହାଯ଼ାଇଛି ।

ଅନ୍ୟପକ୍ଷରେ ରାଜ୍ୟରୁ ଅକ୍ସିଜେନ ଯ଼ୋଗାଣ ଯ଼େପରି ବ୍ୟାହତ ନ ହୁଏ ସେଥିପାଇଁ ଦୃଷ୍ଟି ହେବାକୁ ମୁଖ୍ୟମନ୍ତ୍ରୀ କହିଥିବା ଏସଆରସି କହିଛନ୍ତି ।

ସମ୍ବନ୍ଧିତ ଖବର