କୋରାପୁଟ : କୋରାପୁଟ କଫି ଚାଷୀଙ୍କ ଉନ୍ନତିପାଇଁ ବିଶ୍ବ କଫି ଦିବସରେ ମୁଖ୍ୟମନ୍ତ୍ରୀ ଉପହାର। ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଇ-କମର୍ସ ସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ କୋରାପୁଟକଫି ଡଟ୍ ଓଆରଜି ନାମରେ ଏକ ସାଇଟ୍ ଲୋକାର୍ପିତ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କୋରାପୁଟ କଫି ଉଚ୍ଚମାନର ରହିଥିବାରୁ ଉଭୟ ଦେଶ ଭିତରେ ଓ ଦେଶ ବାହାରେ ଏହାର ବ୍ରାଣ୍ଡିଂ କରାଯିବାକୁ ବ୍ୟବସ୍ଥା ହେଉଛି। ଏହି କଫି ଅବିବୃଦ୍ଧି ଓ ଅଦିବାସୀଙ୍କ ବିକାଶ ସାଧାନ ହୋଇପାରିବ।
ଦୁଇ ବର୍ଷରେ କୋରାପୁଟ କଫି ନିଜେ ନିଜର ସ୍ବାତନ୍ତ୍ର ସ୍ଥାନ ରହିଛି। କୋରାପୁଟ କଫିର ବିକାଶ ଓ ଆଦିବାସୀଙ୍କ ଜୀବନଧାରଣର ମାନ ବୃଦ୍ଧି କରିବାକୁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଟିଡିସସିଓଏଲ ପକ୍ଷରୁ କଫି ବିକାଶ ଟ୍ରଷ୍ଟ ପକ୍ଷରୁ କୋରାପୁଟ ପକ୍ଷରୁ ୩୦୦ ହେକ୍ଟର ଜମିରେ ଚାଷ କରାଯାଉଛି। ଏହି ଅବସରରେ କୋରାପୁଟ ଜିଲ୍ଲାରେ କୋରାପୁଟ କେଫେ ଓ ପୁରୀରେ ନିଳାଦ୍ରୀ ବିଜେଠାରେ ଆଉଟଲେଟ୍ ଲୋର୍କାପିତ କରାଯାଇଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଡେଭେପମେଣ୍ଟ କମିଶନର ତଥା ପ୍ରଦୀପ କୁମାର ଜେନା, ଏସସି ଏସଷ୍ଟି ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ଟିଡିସସିଓଏଲର ପରିଚାଳନା ନିର୍ଦ୍ଦେଶକ ମାନସୀ ନିମ୍ବଲ, କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତରଙ୍କ ସହ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/kpt-coffi-outlet.jpg)