ପୁରୀ: ସେବାୟତଙ୍କ ଧମକ ପରେ ଘୁଞ୍ଚିଲା ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମନ୍ଵୟ କମିଟି ବୈଠକ

ପୁରୀ: ପୁରୀ ଜିଲ୍ଲାପାଳ ଓ ସେବାୟତମାନଙ୍କ ମଧ୍ୟର ଚାଲିଥିବା ଶୀତଳ ଯୁଦ୍ଧ ଏବେ ପୁରୀ ଟପି ସମଗ୍ର ରାଜ୍ୟକୁ ଛୁୁଇଁଛି। ଆଗାମୀ ୧୪ ତାରିଖ ଦିନ ଶ୍ରୀଜୀଉଙ୍କର ପବିତ୍ର ଘୋଷଯାତ୍ରା। ମାତ୍ର ପୁରୀ ରଥଯାତ୍ରାର ଅନ୍ତିମ ସମନ୍ଵୟ କମିଟି ବୈଠକକୁ ଏହି ବିବାଦ କାରଣରୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରଥଯାତ୍ରାର ସମନ୍ଵୟ କମିଟିର ଅନ୍ତିମ ବା ଶେଷ ପର୍ଯ୍ୟାୟ ବୈଠକ ବସିବାର ଥିଲା। କିନ୍ତୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ବୈଠକ ବର୍ଜନ କରିବେ ବୋଲିି ଶ୍ରୀମନ୍ଦିର କାନ୍ଥରେ ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ପ୍ରଚୀରପତ୍ର ମରାଯାଇଥିଲା। ତେଣୁ ଏପରିପ୍ରେକ୍ଷୀରେ ଯେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଏହ ବୈଠକକୁ ଆସନ୍ତା ୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛିି।


ସୂଚନାଯୋଗ୍ୟ ଯେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମନ୍ଵୟ ବୈଠକ ବର୍ଜନ ପାଇଁ ପୋଷ୍ଟର ମରାଯାଇ ଆହ୍ଵାନ ଦେଇଥିଲା ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ।ଏହି ପୋଷ୍ଟରରେ ନିଳାଦ୍ରୀ ବିଜେଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ବିବାଦ କଥା ଉଲ୍ଲେଖ କରାଯାଇ ଜିଲ୍ଲାପାଳ ସେବାୟତ ବିରୋଧୀ ମନୋଭାବ ଗ୍ରହଣ କରିଥିବା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀଙ୍କ ସମନ୍ଵୟ ବୈଠକକୁ ସେବାୟତମାନେ ବର୍ଜନ କରିବାକୁ ଆହ୍ଵାନ ଦିଆଯାଇଥିଲା। ତେବେ ଆଜି ହଠାତ ଏହି ଅନ୍ତିମ ସମନ୍ଵୟ ବୈଠକ ଜୁଲାଇ ୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ବୈଠକ ଘୁଞ୍ଚାଯିବା ସମ୍ପର୍କରେ କୌଣସି କାରଣ ଦର୍ଶାଯାଇ ନ ଥିବାବେଳେ ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀର ବୈଠକ ବର୍ଜନ ଆହ୍ଵାନ ପରିପ୍ରେକ୍ଷୀରେଏହା କରାଯାଇଥିିବା ଶୁଣିବାକୁ ମିଳୁଛି। ଅପରପକ୍ଷେ ସେବାୟତମାନଙ୍କୁ ମନାଇବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିିବା ଜଣାଯାଇଛି।

ସମ୍ବନ୍ଧିତ ଖବର