ଭୁବନେଶ୍ୱର: ସମଗ୍ର ବିଶ୍ୱ କରୋନା ମହାମାରୀର ମୁକାବିଲା କରୁଛି। ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଭଲ ସ୍ଥିତିରେ ଅଛି। ଓଡ଼ିଶାର ମୃତ୍ୟୁହାର ବି କମ୍ ରହିଛି। ଏହା ଲୋକଙ୍କ ସହଯୋଗ, ଜନପ୍ରତିନିଧି ଓ ସରାକାରୀ କର୍ମଚାରୀଙ୍କ ପରିଶ୍ରମର ଫଳ। କୋଭିଡ ମୁକାବିଲା ନେଇ ବିଜେଡି ବିଧାୟକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ସମୟରେ ଏହି ମତ ରଖିଛନ୍ତି । ବିଧାୟକଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆମେ କରୋନା ଯୁଦ୍ଧର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛେ। ଏହା ଜନସେବା ଲାଗି ଆମମାନଙ୍କ ଲାଗି ବଡ଼ ସୁଯୋଗ ଆଣି ଦେଇଛି। ଏହାର ସଦୁପଯୋଗ କରାଯିବା ଆବଶ୍ୟକ। କୋଭିଡ୍ ବିରୋଧରେ ଲମ୍ବା ଲଢ଼େଇ ଚାଲିବ। ଏହି ଯୁଦ୍ଧରେ ଆପଣମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆପଣମାନଙ୍କର ନେତୃତ୍ବ ଉପରେ ମୋର ଭରସା ଅଛି।
/sambad/media/post_attachments/wp-content/uploads/2020/07/WhatsApp-Image-2020-07-01-at-7.06.08-PM-2.jpeg)
ଏଥିସହ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, କରୋନା ମହାମାରୀ ସାଧାରଣ ଜୀବନରେ ବଡ଼ ଆହ୍ଵାନ। ପୂର୍ବ ତୁଳନାରେ ଏଣିକି ଲୋକଙ୍କର ଅଧିକ ସେବା କରିବାକୁ ପଡ଼ିବ। ଟେକ୍ନୋଲୋଜି ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହେବାକୁ ପଡ଼ିବ। ବିଧାୟକମାନେ ଗହଳି ଭିତରକୁ ଯାଆନ୍ତୁ ନାହିଁ। କିନ୍ତୁ ଗହଳି ନ କରି ଲୋକଙ୍କ ସହ ଯୋଡ଼ି ହୁଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। କୋଭିଡ ଗାଇଡଲାଇନ ପାଳନ କରି ପ୍ରତ୍ୟେକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ।
ସେହିଭଳି ପ୍ରତି ଗାଁରେ ଦଳୀୟ କର୍ମୀମାନେ କୋଭିଡ କାର୍ଯ୍ୟରେ ସ୍ୱେଚ୍ଛାସେବୀ ହେବାକୁ ଆହ୍ଵାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମାସ୍କ, ସମାଜିକ ଦୂରତା ନେଇ ଲୋକଙ୍କୁ ସଚେତନ କରିବାକୁ ହେବ। ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/naveen-2.jpg)