ଭୁବନେଶ୍ବର : ଅନ୍ତର୍ଜାତୀୟ ସମବାୟ ସଂଗୋଷ୍ଠୀର ସମବାୟ ଗବେଷଣା କମିଟି ସମ୍ମିଳନୀ ବେଲଜିୟମରେ ଅନୁଷ୍ଠିତ ହେବ। ଆସନ୍ତା ୧୦ରୁ ୧୪ ତାରିଖ ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଭାଗ ନେବେ। ଏଥିପାଇଁ ଆଜି ଠାରୁ ଶ୍ରୀ ନାୟକ ବେଲଜିୟମ ଯାତ୍ରା କରିଛନ୍ତି। ଏହି ଅବସରରେ ସେ ସମବାୟ ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।