କଣିହାଁ : ଦେଶର ଦ୍ବିତୀୟ ପାୱାର ଷ୍ଟେସନ ଏନ୍ଟିପିସି କଣିହାଁ ପ୍ଲାଣ୍ଟ ନିଜର କୋଇଲା ସଂକଟ ଦୂର କରିବା ପାଇଁ ବିକଳ୍ପ ପଦକ୍ଷେପ ନେଇଛି। ଏହି ପ୍ଲାଣ୍ଟ ଅନ୍ୟ ଦୁଇଟି ଖଣିରୁ କୋଇଲା ସଂଗ୍ରହ ଆରମ୍ଭ କରିଛି। ସୂଚନା ଅନୁଯାୟୀ, କୋଇଲା ଖଣିରେ ବାରମ୍ବାର ଆନ୍ଦୋଳନ ଯୋଗୁଁ ୩ ହଜାର ମେଗାୱାଟ କ୍ଷମତା ସଂପନ୍ନ କଣିହାଁ ଏନ୍ଟିପିସି ପ୍ଲାଣ୍ଟକୁ କୋଇଲା ଯୋଗାଣ କମିଯାଇଥିଲା। ଫଳରେ ଏଠାରୁ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ କମିବାକୁ ଲାଗିଲା। ଏହାଦ୍ବାରା ପାୱାର ପ୍ଲାଣ୍ଟର କ୍ଷତି ହେଲା। କୋଇଲା ଆବଶ୍ୟକତା ମେଣ୍ଟାଇବା ପାଇଁ ଏନ୍ଟିପିସି କୋଲ୍ ଇଣ୍ଡିଆ କମ୍ପାନି ଅନ୍ତର୍ଗତ ଏମ୍ସିଏଲ୍ ଓ ଇସିଏଲ୍ ସହିତ ଦୀର୍ଘକାଳୀନ ଏଫ୍ଏସ୍ଏ(ଫୁଏଲ୍ ସପ୍ଲାଇ ଏଗ୍ରିମେଣ୍ଟ) ଚୁକ୍ତି କରିଛି। ଏହାର ଫଳ ସ୍ବରୂପ ଏନ୍ଟିପିସି କଣିହାଁ ଗତ ୩୦ ତାରିଖରୁ ଭୁବନେଶ୍ବରୀ କୋଇଲା ଖଣି ଓ ଦୁଲାଙ୍ଗ କୋଇଲା ଖଣିରୁ କୋଇଲା ସଂଗ୍ରହ ଆରମ୍ଭ କରିଛି। ନୂତନ ଲିଙ୍ଗରାଜ-୩ ସାଇଡିଂ ଏନ୍ଟିପିସି ପାଇଁ ନିର୍ମିତ ହୋଇଛି। ଭୁବନେଶ୍ବରୀ ଖଣିରୁ କୋଇଲା ଉତ୍ତୋଳନ ପରେ ଏହି ସାଇଡିଂକୁ ପଠାଯିବ ଏବଂ ସେଠାରୁ ଏନ୍ଟିପିସି କଣିହାଁ ପ୍ଲାଣ୍ଟକୁ ପରିବହନ କରାଯିବ। ସେହିପରି ଏନ୍ଟିପିସିର ନିଜସ୍ବ କୋଲ୍ ବ୍ଲକ୍ ଦୁଲାଙ୍ଗ ଖଣିରୁ କଣିହାଁ ପାୱାର ଷ୍ଟେସନକୁ ଉଭୟ ସଡ଼କ ଓ ରେଳପଥରେ କୋଇଲା ପରିବହନ କରାଯିବ। ଉକ୍ତ ଖଣି ଦୁଇଟିରୁ କୋଇଲା ସଂଗ୍ରହ ଦ୍ବାରା ପ୍ଲାଣ୍ଟର କୋଇଲା ସଂଗ୍ରହ ଦୂର ହେବା ସହ ବିଦ୍ୟୁତ୍ ଉତ୍ପାଦନରେ ବୃଦ୍ଧି ଘଟିବ ବୋଲି ପାୱାର ଷ୍ଟେସନ ପକ୍ଷରୁ ସୂଚନା ଦିଆଯାଇଛି।
କୋଇଲା ସଂକଟ ନେଇ ଏନ୍ଟିପିସିର ବିକଳ୍ପ ପଦକ୍ଷେପ
/sambad/media/post_attachments/wp-content/uploads/2020/01/ntpc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)